

Related Stories
August 18, 2025
ବାରିପଦା, ଓଡ଼ିଶାରୁ ଅ।ଜି ଚିହ୍ନଟ ହୋଇଥିବା ୨,୮୦୩ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୬,୩୯୯ରେ ପହଁଞ୍ଚିଛି । ସେହିପରି ଜୁଲାଇ ୪ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୫୪ ପ୍ରତିଶତରୁ ଅଧିକ ହାରରେ ୩୪,୫୯୨ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୫ ଅପରାହ୍ନ ସୁଦ୍ଧା ୪.୫୯ ପ୍ରତିଶତ ହାରରେ ୧,୬୭୧ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୁବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଆଜି ଜିଲ୍ଲାରୁ ଜଣେ ୨୭ ବର୍ଷର ଯୁବକ ଓ ଅନ୍ୟଜଣେ ୨୮ ବର୍ଷିୟା ମହିଳାଙ୍କୁ ମିଶାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଆଜକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୦.୩୭ ପ୍ରତିଶତ ହାରରେ ୧୩୩ ରେ ପହଁଞ୍ଚିଛି । ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସେହିପରି କେବଳ ଜୁଲାଇ ମାସର ୫ ଦିନରେ ଜିଲ୍ଲାରୁ ୮୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ମିଶାଇ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।