
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ଗ୍ରାମପଞ୍ଚାୟତର ନାରାୟଣ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ୭୨ତମ ବନ ମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟ ବିଭିନ୍ନ ବିଭିନ୍ନ ପ୍ରକାରର ତଥା ଶାଗୁଆନ, ପିଜୁଳି, ଚମ୍ପା, ଲେମ୍ବୁ, ଆମ୍ବ, ସଜନା, ଡାଳିମ୍ବ, ବଉଳ, ଗମ୍ଭାରୀ, ଜାମୁ, କୃଷ୍ଣଚୂଡ଼ା ଆଦି ଔଷଧୀୟ ବୃକ୍ଷରୋପଣ କରାଯାଇଛି । ବିଶ୍ୱକୁ ସବୁଜ ସୁନ୍ଦର କରିବା ଓ ଦିନକୁ ଦିନ ପରିବେଶ ପ୍ରଦୂଷଣ ହେଉଥିବାରୁ ବୃକ୍ଷରୋପଣ ଜରୁରୀ ହୋଇପଡିଛି ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ହେମନ୍ତ ସାହୁ, ମଳୟ ସାହୁ, ସୁବାସ ସାହୁ, ଆସ୍ପାୟାର ପଞ୍ଚାୟତ ସଂଯୋଜକ ସୁବ୍ରତ, ଦେବାଶିଷ ବେଜ୍ ପ୍ରମୁଖ ଉପସ୍ଥିତ ଥିଲେ