-
ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖରେ କେହି ରହିବେ ନାହିଁ- ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର,
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଙ୍କ ଅଧ୍ୟକ୍ଷତାରେ ଭରଚୁଆଲ କଲ ମାଧ୍ୟମରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଓ ବିଭିନ୍ନ ନିଯୋଗର ପ୍ରତିନିଧି ମାନେ ଭରଚୁଆଲ କଲ ମାଧ୍ୟମରେ ଯୋଗ ଦେଇଥିଲେ |ରାଜ୍ୟ ସରକାରଙ୍କ କରୋନା ନିୟମ ପାଳନ ପୂର୍ବକ ଏହି ରଥଯାତ୍ରା ଅନୁଷ୍ଠିତ ହେବ |ବୈଠକର ନିଷ୍ପତ୍ତି ଅନୁସାରେ ପୂର୍ବବର୍ଷ ରଥଯାତ୍ରା ପରି ଚଳିତ ରଥଯାତ୍ରା ରେ କେବଳ ସେବାୟତ ମାନେ ରଥ ଟାଣିବା ପାଇଁ ନିଷ୍ପତ୍ତି ହୋଇଛି | କ୍ୟାମେରା ଯୁକ୍ତ ମୋବାଇଲ ରଥ ଉପରକୁ କେହି ନେଇପାରିବେ ନାହିଁ |ସମସ୍ତ ନିଯୋଗ ପ୍ରତିନିଧି ମାନଙ୍କ ସହମତି କ୍ରମେ ସର୍ବନିମ୍ନ ସେବାୟତଙ୍କୁ ରଥ ଉପରକୁ ଅନୁମତି ଦିଆଯିବ ଏଥି ସହିତ ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖରେ କେହି ବସିବେ ନାହିଁ ଵା ଠିଆ ହେବେ ନାହିଁ |ଯେମିତି ଘରେ ରହି ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ଦର୍ଶନ ପାଇପାରିବେ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି|
ଗତବର୍ଷ ପରି ଚଳିତ ବର୍ଷ ବସଷ୍ଟାଣ୍ଡରେ ଭକ୍ତ ମାନଙ୍କ ପାଇଁ ଅଭଡ଼ାର ସ୍ୱତନ୍ତ୍ର କାଉଣ୍ଟର କରାଯିବ ଯାହାର ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ରହିବେ |୮ ଟି କବାଟର ହିଞ୍ଜେଶ ଷ୍ଟେନଲେସ ଷ୍ଟିଲର କାମ ହୋଇ ମୁମ୍ବାଇରୁ ଆସି ତାହା ପହଞ୍ଚି ସାରିଛି |ରୂପା କବାଟର କାର୍ଯ୍ୟ ବର୍ତ୍ତମାନ ମୁମ୍ବାଇରେ ଚାଲିଛି ସେଥିମଧ୍ୟରୁ ତିନୋଟି କବାଟ ସମ୍ପୂର୍ଣ୍ଣ ହୋଇଛି | ASI ତରଫରୁ ଦିଆଯାଇଥିବା ଆଲୋକୀ କରଣ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଥିଲା |ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ଇଞ୍ଜିନିଅରଙ୍କ ସମେତ ସେବାୟତ ମାନଙ୍କ ମଧ୍ୟରୁ ତିନିଜଣ ପ୍ରତିନିଧି ଙ୍କ ଏକ କମିଟି ଗଠନ କରାଯାଇ ସେମାନଙ୍କ ତତ୍ୱାବଧାନରେ ASI ଇଞ୍ଜିନୟର ଙ୍କ ମାଧ୍ୟମରେ ଶ୍ରୀମନ୍ଦିର ଆଲୋକୀ କରଣ କରାଯିବ |ସେବକ ଓ ଶ୍ରୀମନ୍ଦିର ପ୍ରଶାସନର କମିଟି ମେମ୍ବର ଙ୍କ ସୁପରଭିଜନ ରେ ASI ଲେଜର ସ୍କାନିଙ୍ଗ କରିବ ଏହାଦ୍ୱାରା ମନ୍ଦିରର ଯଦି କୌଣସି ପଥରରେ କିଛି ଅସୁବିଧା ଅଛି ତାହା ସହଜରେ ଜାଣି ହେବ |ଯଦି ଲେଜର ସ୍କାନିଙ୍ଗ କୁ ନେଇ କାହାର କିଛି ସନ୍ଦେହ ଥାଏ ତାହେଲେ ASI ତରଫରୁ ଜଣେ ଇଞ୍ଜିନୟର ଏ ନେଇ ସମସ୍ତ ସୂଚନା ପ୍ରଦାନ କରିବେ |