ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରାର ପୂର୍ବ ପ୍ରସ୍ତୁତ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି |ପ୍ରଶାସନ ତରଫରୁ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଆଗାମୀ ରଥଯାତ୍ରା ପାଇଁ ପୁରୀ ସହରରେ ୧୪୪ ଧାରା ଜାରି କରାଯିବା ସହିତ ବଡଦାଣ୍ଡ ଉପରେ କଡା ନଜର ରହିବ |ଏଥି ସହିତ ପୂର୍ବରୁ କରାଯାଇ ଥିବା ସର୍ଭେ ଅନୁସାରେ ବଡଦାଣ୍ଡରେ ଅବସ୍ଥିତ ୪୧ ଟି ହୋଟେଲ ଓ ଲଜିଙ୍ଗ ମାଲିକ ଙ୍କ ସହିତ ସୁରକ୍ଷା ଓ sop କଡାକଡି ପାଳନ କରିବା ପାଇଁ ଆଜି ଆଲୋଚନା କରାଯିବ |ହୋଟେଲ ଓ ଲଜିଙ୍ଗ ଗୁଡିକ ରଥଯାତ୍ରା ର ଦୁଇଦିନ ପୂର୍ବରୁ କୌଣସି ଯାତ୍ରୀଙ୍କୁ ରହିବାକୁ ଦେବେନାହିଁ | ସର୍ଭେ ଅନୁସାରେ ବଡଦାଣ୍ଡରେ ୨୦୦-୨୩୦ ପରିବାର ବସବାସ କରୁଛନ୍ତି ସେମାନଙ୍କ ସହିତ ଆଲୋଚନା କରାଯିବ ଯେଭଳି ଛାତ ଓ ବାଲକୋନୀ ରେ ଯେମିତି କେହି ଏକତ୍ରିତ ହେବେନାହିଁ |
Related Stories
November 23, 2024