
ଭୁବନେଶ୍ବର, ବାଲେଶ୍ୱରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ମହାପାତ୍ରଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସେ ଟ୍ବିଟ କରି କହିଛନ୍ତି ଯେ – ବାଲେଶ୍ୱର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦେଶକୁ ସ୍ୱାଧୀନତା ପ୍ରାପ୍ତି ଦିଗରେ ତାଙ୍କର ସମର୍ପଣ ଭାବ ଏବଂ ପ୍ରତିବଦ୍ଧତାକୁ କେବେ ଭୁଲାଯାଇ ପାରିବ ନାହିଁ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି।