ଭୁବନେଶ୍ୱର, ଗର୍ଭବତୀମାନଙ୍କୁ ଟିକାଦାନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆବଶ୍ୟକ ଟ୍ରେନିଂ ପରେ ସେମାନଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି । ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଖୁବ୍ ଶୀଘ୍ର ଏଥିନେଇ କେନ୍ଦ୍ରର ଓରିଏଂଟେସନ୍ କାର୍ଯ୍ୟକ୍ରମ ହେବ । ଏହାପରେ ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ତେଣୁ ତାଲିମ ପୂର୍ବରୁ ଗର୍ଭବତୀମାନଙ୍କୁ ଟିକା ନଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।ଉଲ୍ଲେଖ୍ୟଯୋଗ୍ୟ ଯେ ଗର୍ଭବତୀଙ୍କୁ ଟିକା ଦେବାକୁ ଗତକାଲି କେନ୍ଦ୍ର ଅନୁମତି ଦେଇଥିଲା ।
Related Stories
November 22, 2024