ବିଶ୍ୱ ତାପନ ଯୋଗୁଁ ପାଣି, ପବନ, ମାଟି ଓ ଆକାଶ ପ୍ରଦୂଷିତ ହେବାରେ ଲାଗିଛନ୍ତି |ଚିଲିକା ଠାରୁ ଚିତ୍ରୋତ୍ପଳା ପର୍ଯ୍ୟନ୍ତ ପାଣିର ପ୍ରଭାବ ଆଜି ବିପର୍ଯ୍ୟସ୍ତ |ମାଟି କୂଅର ଛାତି ତଳେ ପାଣି ନୁହେଁ ଏବେ ମଣିଷ ମାନଙ୍କର କଙ୍କାଳ!ସୁନାମଧନ୍ୟ ବିଶିଷ୍ଟ କବି ଡ଼ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ଚତୁର୍ଥ କବିତା ସଂକଳନ ‘ପାଣି ବୁନ୍ଦାକୁ ଲୁହ ବୁନ୍ଦା ‘ଉନ୍ମୋଚନ ଅବସରରେ ବିଶିଷ୍ଟ ବକ୍ତା ମାନେ ଏହିପରି ମତ ପୋଷଣ କରିଛନ୍ତି |ଏହି ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରଫେସର ନାରାୟଣ ସାହୁ ଏବଂ ମୁଖ୍ୟ ବକ୍ତା ରୂପେ କବି ହେମନ୍ତ ରାଉତ ଯୋଗଦେଇ ଜଳ ସଙ୍କଟ ଓ ହରିତ ସଙ୍କଟ କୁ ନେଇ ରଚିତ ଏହି ସବୁ କବିତା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ |ସଂକଳନ ର ପ୍ରକାଶକ ଦିଲ୍ଲୀପ କୁମାର ବେହେରା ଙ୍କ ସମେତ ପ୍ରାଣ କୃଷ୍ଣ ସ୍ୱାଇଁ, ରବୀନ୍ଦ୍ରନାଥ ମନ୍ତ୍ରୀ, ରାହାମା କଲେଜ ଅଧ୍ୟକ୍ଷ ଜେନାମଣି ବିନୋଦ କୁମାର ରାୟ, ଅବଶର ପ୍ରାପ୍ତ ସେନା ଅଧିକାରୀ ଗୋଲକ ବିହାରୀ, ଯୁବ ବୈଜ୍ଞାନିକ ଡାକ୍ତର ଶିଶିର ମନ୍ତ୍ରୀ ପ୍ରମୁଖ କବିତା ପୁସ୍ତକ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରିଥିଲେ |କୋଭିଡ ନିୟମ ପାଳନ ସହ ଏହି ଲୋକାର୍ପଣ ଉତ୍ସବ କୁ ସଂଚାଳନ କରିଥିଲେ ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି |କବି ଶ୍ରୀଯୁକ୍ତ ସ୍ୱାଇଁ ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ତାପସ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଅବସରରେ କବିଙ୍କ ସମାଲୋଚନା ପୁସ୍ତକ ‘ପ୍ରାଚ୍ୟ ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ୱ ‘ର ଦ୍ଵିତୀୟ ସଂସ୍କରଣ ଏବଂ ପ୍ରଦୀପ କୁମାର ବେହେରା ଙ୍କ ସମ୍ପାଦିତ ମାସିକ ସାହିତ୍ୟ ପତ୍ରିକା ‘ପଢାପଢି ‘ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା |ଦ୍ଵିତୀୟ ଅଧିବେଶନ ରେ କବି ରଜତ ମହାନ୍ତି, ସନ୍ୟାସୀ ନାୟକ, କାମଦେବ ମହାରଣା, ଖଗେଶ୍ୱର ମହତାବ, କବିତା ମହାପାତ୍ର, ବସନ୍ତ କୁମାର ସେଠୀ, ଉମେଶ ବେହେରା, ଡାକ୍ତର ରଘୁନାଥ ଓଝା, ଝରଣା ନାଥ,ପ୍ରଭାତ ମଞ୍ଜରୀ ମିଶ୍ର, ସୌଭାଗିନୀ ସ୍ୱାଇଁ, ସତ୍ୟ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ |
Related Stories
November 23, 2024