ଭାରତୀୟ ଜନତା ପାର୍ଟି, ଓଡିଶା ପ୍ରଦେଶ, କୃଷକ ମୋର୍ଚ୍ଚା ତରଫରୁ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ଅନୁଯାୟୀ ୧ ତାରିଖ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଆନ୍ଦୋଳନ କରାଯାଇଥିଲା | ଓଡିଶା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କ ଉଦେଶ୍ୟରେ ପୁରୀ ଜିଲ୍ଲା CS0ଙ୍କ ଜରିଆରେ କୃଷକ ଙ୍କ ବିଭିନ୍ନ ସମସ୍ୟlର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି |
ରବି ଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଢି ରହିବା, ମଣ୍ଡିରେ ମିଲର୍ସଙ୍କ ମର୍ଜିରେ ଧାନ ଉଠିବା ଭଳି ଅନେକ ଅବ୍ୟବସ୍ଥାକୁ ସୁଧାରିବା ସହ ରାଜ୍ୟ ସରକାର ଟୋକନ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ଉଠାଇବା ପାଇଁ ଦାବୀ କରାଯାଇଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ଅଜୟ ପ୍ରଧାନ,ଅକ୍ଷୟ ମହାନ୍ତି, ଉମାକାନ୍ତ ନାୟକ, ପୁରୀଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ |
ପ୍ରମୁଖ ଦାବୀଗୁଡିକ :-
୧. ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରିଥିବା ସମସ୍ତ ଚାଷୀଙ୍କ ଧାନ ରାଜ୍ୟ ସରକାର କିଣନ୍ତୁ ।
୨. ଟୋକନ୍ Laps ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଉଠାନ୍ତୁ ।
୩. କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ସମୀକ୍ଷା କରିବା ସହ ଏହାର ରିପୋର୍ଟ ରାଜ୍ୟବାସୀଙ୍କୁ ଜଣାନ୍ତୁ ।
୪. ୮। ୧୦ କେଜି କଟନିଛଟନି କରୁଥିବା ଏବଂ କେନ୍ଦ୍ରସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା, ସୁତୁଲି ଓ
ପରିବହନ ଖର୍ଚ୍ଚ କିଏ ହଡ଼ପ କରୁଛି ତାହାର ତଦନ୍ତ କରନ୍ତୁ ।
୫ ମିଲର୍ସମାନଙ୍କ ରାଜୁତି ମଣ୍ଡିରୁ ସମାପ୍ତ କରାଯାଉ ।