ମଂଚର ସଭାପତି ଦୀପକ କୁମାର ମହାନ୍ତ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗର ସଚିବଙ୍କ ପାଖକୁ ଏକ ଚିଠି ଲେଖି ଉଲ୍ଲେଖ କରିଛନ୍ତି ଯେ, ନାୟକ ୨୦୧୬ ଏପ୍ରିଲରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସୁବର୍ଣ୍ଣପୁରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଚୁକ୍ତି ଭିତିରେ ଆକାଉଂଟାଂଟ ରୂପେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ନିରତାରଦ୍ୱାରା ପରିଚାଳିତ ବଲାଙ୍ଗୀରସ୍ଥିତ ସଂମିଶ୍ରିତ ଆଂଚଳିକ କେନ୍ଦ୍ର (ସିଆରସି)ର ଆକାଉଂଟାଂଟ ପଦ ପାଇଁ ଦରଖାସ୍ତ କରିଥିଲେ ଏବଂ ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ । ମାତ୍ର ସଂପୃକ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ସିଆରସି, ବଲାଙ୍ଗୀରରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ନାୟକ ଓଲଟପୁରସ୍ଥିତ ନିରତାରର ସ୍ଥାୟୀ ଆକାଉଂଟାଂଟ ପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ କରୁଥିଲେ । ଏଠାରେ ଥାଇ ସେ ଜାତୀୟ ସ୍ୱାସ୍ଥ୍ୟ ମିଶନ, ସୁବର୍ଣ୍ଣପୁରର ପବ୍ଲିକ ଫାଇନାନସିଆଲ ମ୍ୟାନେଜମେଂଟ ସିଷ୍ଟମକୁ ‘ହ୍ୟାକ’ କରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆକାଉଂଟରୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ହଡ଼ପ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏ ସମ୍ପର୍କରେ ଏଫଆଇଆର ଦାଖଲ କଲାପରେ କ୍ରାଇମ ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନାୟକଙ୍କୁ ଗତ ୯ ତାରିଖରେ ଓଲଟପୁରସ୍ଥିତ ନିରତାର କାର୍ଯ୍ୟାଳୟରୁ ଗିରଫ କରିଥିଲେ । ନିୟମ ଅନୁସାରେ ଜେଲରେ ୪୮ ଘଂଟା ବା ତଦୂର୍ଦ୍ଧ୍ୱ ରହିଥିବା ସରକାରୀ କର୍ମଚାରୀ କାର୍ଯ୍ୟରୁ ନିଲମ୍ବିତ ହୋଇଥାନ୍ତି । ମାତ୍ର ନାୟକ ଗତ ୯ ତାରିଖଠାରୁ ଜେଲରେ ଥିଲେ ମଧ୍ୟ ନିରତାର କର୍ତ୍ତୃପକ୍ଷ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।
କେଉଁ ପରସ୍ଥିତିରେ ସିଆରସି, ବଲାଙ୍ଗୀରରେ ଚୁକ୍ତି ଭିତିରେ ନିଯୁକ୍ତି ପାଇଥିବା ରାଜକିଶୋର ନାୟକ ଓଲଟପୁରସ୍ଥିତ ନିରତାରରେ କାର୍ଯ୍ୟ କଲେ ଏବଂ ସେ ଦୀର୍ଘଦିନ ହେଲା ଜେଲରେ ରହିଥିଲେ ସୁଦ୍ଧା ତାଙ୍କ ବିରୋଧରେ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ତା’ର ବିଧିବଦ୍ଧ ତଦନ୍ତ କରି ଦୋଷୀ ପ୍ରତି ଉପଯୁକ୍ତ ଦଣ୍ଡବିଧାନ କରିବା ପାଇଁ ମଂଚର ସଭାପତି ଶ୍ରୀ ମହାନ୍ତ ସଚିବଙ୍କଠାରେ ଦାବି କରିଛନ୍ତି ।
Related Stories
November 23, 2024