
ମନ୍ତ୍ରୀ ସମୀର ଦାଶ କହିଛନ୍ତି, ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ । ଆଉ ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯିବ । ତେଣୁ ପରୀକ୍ଷା ଫଳାଫଳକୁ ନେଇ ଯେଉଁମାନଙ୍କର ଆଶଙ୍କା ରହିଛି, ସେମାନେ ଫର୍ମ ଫିଲପ୍ କରନ୍ତୁ ।
ଉଲ୍ଲେଖନୀୟ ଯେ ଚଳିତ ଥର ମାଟ୍ରିକ ପରୀକ୍ଷାରେ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ ।