
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସାମ୍ନା ଦକ୍ଷିଣ ପାର୍ଶ୍ଵ ମଠରେ ମହନ୍ତ ରୂପେ ରଘୁନନ୍ଦନ ରାମାନୁଜ ଦାସଜୀ ମହାରାଜ ଙ୍କ ଶାଟିକା ବନ୍ଧନ କରାଗଲା |ଉପସ୍ଥିତ ସମସ୍ତ ମଠାଧିକାରୀଙ୍କ ସ୍ୱୀକୃତି ଚାଦର ପ୍ରଦାନ ଉପରନ୍ତେ ନୂତନ ମହନ୍ତ ମହାରାଜ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ସେବାୟତ ଓ ମହନ୍ତ ଙ୍କ ଗହଣରେ ପ୍ରସ୍ଥାନ କରିଥିଲେ |ଗାଦୀନାସୀନ ସମାରୋହରେ ଉତ୍ତର ପାର୍ଶ୍ଵ ମଠ, କଟକୀ ମଠ, ଜିୟର ସ୍ୱାମୀ, ତ୍ରିମାଳା,ବଡ ଆଖଡ଼ା, ଏମାର, ରାଧା ବଲ୍ଲଭ, ରାଧେଶ୍ୟାମ, ସିଦ୍ଧ, ସମାଧି, ବଳରାମ କୋଟ, ରାଧାକାନ୍ତ, ମଙ୍ଗୁ, ପାପୁଡିଆ, ନେବଳ ଦାସ, ବଡ଼ଚ୍ଛତା, ପଣ୍ଡିତ, ବଡ ଓଡ଼ିଆ, ହାତୀ ଆଖଡ଼ା ପ୍ରମୁଖ ମଠର ମହନ୍ତ ମାନେ ଉପସ୍ଥିତ ଥିଲେ |