
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆଜି ପୂର୍ବ ଆଲୋଚନା ଅନୁସାରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ତହସିଲଦାର, ଅତିରିକ୍ତ ତହସିଲଦାର, ଶଙ୍କରାନନ୍ଦ ମଠ ଟ୍ରଷ୍ଟ ବୋର୍ଡ଼ ର ସଦସ୍ୟ ମାନେ, ସ୍ଥାନୀୟ ଜନସାଧାରଣ ଏବଂ ଉତ୍କଳ ବିଦ୍ବତ ପରିଷଦ ତରଫରୁ ମନୋଜ ରଥ , ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ନାରାୟଣ ଦାଶ, ବିଭୁତି ତ୍ରିପାଠୀ, ବିଜୟ କୃଷ୍ଣ ବ୍ରହ୍ମା, ରବିନାରାୟଣ ପଣ୍ଡା, ସ୍ୱାଧୀନ ପଣ୍ଡା ପ୍ରମୁଖ ଶଙ୍କରାନନ୍ଦ ମଠରେ ସକାଳ ୧୦:୩୦ ସମୟରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମଠ ବୁଲି ଦେଖିଥିଲେ। ବୁଲି ଦେଖିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାନନ୍ଦ ମଠର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଏହି ସୂଚନା ପ୍ରଦାନ କରିଛନ୍ତି |