ନୂଆଦିଲ୍ଲୀ, ୧୦୨ ଦିନ ପରେ ଭାରତର ଦୈନିକ ନୂତନ କରୋନା ମାମଲା ସଂଖ୍ୟା ୪୦,୦୦୦ ତଳକୁ ହ୍ରାସ ପାଇଛି ।ଗତ ୨୪ ଘଂଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୩୭,୫୬୬ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ୫,୫୨,୬୫୯କୁ ହ୍ରାସ ପାଇଛି ।ସକ୍ରିୟ ମାମଲା ମୋଟ ମାମଲାର ୧.୮୨ ପ୍ରତିଶତରେ ରହିଛି ।ବର୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୯୩,୬୬,୬୦୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୫୬,୯୯୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କ୍ରମାଗତ ୪୭ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୬.୮୭ ପ୍ରତିଶତକୁ ବୃଦ୍ଧି ପାଇଛି ।ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି, ବର୍ତମାନ ଏହା ୨.୭୪ ପ୍ରତିଶତରେ ରହିଛି ।ଦୈନିକ ପଜିଟିଭିଟି ହାର ୨.୧୨ ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ ୨୨ ଦିନ ମଧ୍ୟରେ ୫ ପ୍ରତିଶତରୁ କମ୍ ରହିଛି ।ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତମାନ ସୁଦ୍ଧା ସମୁଦାୟ ୪୦.୮୧ କୋଟି ପରୀକ୍ଷା କରାଯାଇଛି ।