କେନ୍ଦ୍ରାପଡ଼ା – ମହିଳା ମାନଙ୍କୁ ଶସକ୍ତିକରଣ ଯୋଜନାରେ ସାମିଲ୍ କରି ଆର୍ଥିକ ସ୍ୱାବଲମ୍ବୀ କରାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ବିଭିନ୍ନ ଯୋଜନା ମନୋନୟନ କରିଛନ୍ତି । ଯେଉଁ ମହିଳାମାନେ ଗୋÂି ଗଠନ କରିନପାରି ଆର୍ଥିକ ସହାୟତା ପାଇପାରୁନାହାଁନ୍ତି ସେମାନଙ୍କୁ ଏଥିରେ ସାମିଲ୍ କରିବା ପାଇଁ ସରକାର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଏହି ପରିପେକ୍ଷୀରେ ଓସାଫି ନାମକ ସମବାୟ ସଂଘ ମାଧ୍ୟମରେ ମହିଳା ଗୋÂୀଙ୍କୁ ଋଣ ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଓସାଫିର ସଦସ୍ୟମାନେ କେନ୍ଦ୍ରାପଡା ଜିଲ୍ଲାର ମହିଳାମାନଙ୍କୁ ଋଣ ପ୍ରଦାନ କରିବେ ବୋଲି ଆଜି ଅପରାହ୍ନରେ ମୟୁରୀ ପ୍ୟାଲେସ୍ ସମ୍ମିଳନୀ କକ୍ଷରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟରେ ୭୦ ପ୍ରତିଶତ ମହିଳା ସ୍ୱୟଂ ସହାୟକ ଗୋÂି ଗଠନ କରି ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ହେଲେ ଆହୁରି ୩୦ ପ୍ରତିଶତ ମହିଳା ଏହାର ସୁଯୋଗ ନେଇପାରୁ ନାହାଁନ୍ତି । ଏହି ସୁବିଧା ସୁଯୋଗରୁ ବାଦ୍ ପଡିଥିବା ମହିଳାମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତି କରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଓସାଫି ମାଧ୍ୟମରେ ଆର୍ଥିକ ଅନୁÂାନ ଦ୍ୱାରା ଋଣ ଯୋଗାଇ ଦିଆଯିବ । ଓସାଫିରେ ସଦସ୍ୟ ହୋଇଥିବା ଅନୁÂାନ ଗୁଡିକ ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁÂାନରୁ ଋଣ ଆଣି ମହିଳାମାନଙ୍କୁ ରିଜର୍ଭ ବ୍ୟାଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଋଣ ପ୍ରଦାନ କରିବେ ବୋଲି ଓସାଫିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହାକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମହିଳାମାନଙ୍କ ନିକଟକୁ ଯାଇ ସେମାନଙ୍କୁ ସଚେତନ କରାଇ ଏଥିରେ ଅନ୍ତର୍ଭୁକ୍ତି କରାଯିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ଉତ୍ଥାନର ଉପସଭାପତି ଗ୍ରାମ ଉତ୍ଥାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, ସୂଚନା ଲୋକସଂପର୍କ ବିଭାଗର ଉପନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ନାୟକ, ଫ୍ୟୁଜନ୍ ମାଇକ୍ରୋ ଫାଇନାନ୍ସ ପ୍ରା.ଲିଃ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷ୍ୟଶୃଙ୍ଗ ସାହୁ, ଆଂଚଳିକ ପରିଚାଳକ ରତ୍ନାକର ପାଣିଗ୍ରାହୀ, ବିପିଆଇଏଲ୍ର ଆଂଚଳିକ ପରିଚାଳକ ଦିଲ୍ଲୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।