ଗଞ୍ଜାମ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଫେସବୁକ୍ ଆକାଉଂଟକୁ କେହି ହ୍ୟାକ୍ କରିଥିବା ଅଭିଯୋଗ ହୋଇଛି । ସାଇବର ଅପରାଧୀ ମାନେ ଆକାଉଂଟକୁ ହ୍ୟାକ୍ କରି ତାଙ୍କ ପରିଚିତ ଲୋକଙ୍କୁ ଟଙ୍କା ମାଗୁଛନ୍ତି । ଏ ସମ୍ପର୍କରେ ବିଧାୟକ ଶ୍ରୀ ପଣ୍ଡା ଜାଣିବା ପରେ ବ୍ରହ୍ମପୁର ଏସପି ପୀନାକ ମିଶ୍ରଙ୍କୁ ଅବଗତ କରାଇଛନ୍ତି । ରାଜ୍ୟ ବାହାରର କୌଣସି ବ୍ୟକ୍ତି ଆକାଉଂଟକୁ ହ୍ୟାକ୍ କରି ଟଙ୍କା ମାଗୁଥିବା ଫେସବୁକ୍ ରୁ ଜଣାପଡିଛି । ତେବେ କେହି ଟଙ୍କା ନଦେବାକୁ ବିଧାୟକ ଶ୍ରୀ ପଣ୍ଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।