କେନ୍ଦ୍ରାପଡ଼ା – ଜନସଂଖ୍ୟାର ବିସ୍ପୋଳନ ସମସ୍ୟା ହୋଇଥିବାବେଳେ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇବା ଅନ୍ୟତମ ଗୁରୁତର ସମସ୍ୟା ଭାବେ ଦେଖାଦେଉଛି । ଖାଦ୍ୟର ଆବଶ୍ୟକତା ଥିବାବେଳେ ଅଧିକ ଉପôାଦନ ପାଇଁ ରାସାୟନିକ ସାରର ବ୍ୟବହାର ଅପରିହାର୍ଯ୍ୟ ହୋଇଥିବାବେଳେ ଏହାର ଉପଯୁକ୍ତ ବ୍ୟବହାରର ଆବଶ୍ୟକତା ରହିଛି । ପାରମ୍ପାରିକ ଚାଷ ପ୍ରଣାଳୀରେ ଜୈବିକ ଖତସାର ଏବଂ ବୈଜ୍ଞାନିକ ଚାଷ ପ୍ରଣାଳୀକୁ ବ୍ୟବହାର କରି ଜମିକୁ ଅଧିକ ଉର୍ବରକ୍ଷମ କରି ରାଜ୍ୟ ସରକାରଙ୍କର କୃଷିଭିତିକ ଅଭିନବ ଯୋଜନାକୁ ଆପଣେଇ କେନ୍ଦ୍ରାପଡା ଜିଲ୍ଲାକୁ ଚିରସବୁଜ, ଶସ୍ୟସାମଳା କରି ରାଜ୍ୟ ସରକାରଙ୍କର କୃଷି ପ୍ରବଣ ମାନ୍ୟତାରେ ଅଗ୍ରଣୀ ଭୂମିକା ନେବାକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ରାସାୟନିକ ସାରର ଉପଯୁକ୍ତ ବ୍ୟବହାର ସଂପର୍କୀୟ କୃଷକ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକ ମାନଙ୍କୁ ଆହ୍ୱାନ ଦେଇଥିଲେ ।
ରାଜ୍ୟ କୃଷି ଏବଂ କୃଷକ ଶସକ୍ତିକରଣ ବିଭାଗ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ସହରସ୍ଥ ପୈାର ଟାଉନ୍ହଲ୍ଠାରେ ବରିÂ କୃଷି ବୈଜ୍ଞାନିକ ଗୋକୁଳ ବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁÂିତ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ ପଶୁଠାରୁ ମାଛଚାଷ ପର୍ଯ୍ୟନ୍ତ ସମସ୍ତ ଚାଷକୁ କୃଷି କାର୍ଯ୍ୟରେ ବିନିଯୋଗ କରି ମାଟିର ଉର୍ବରତା ରକ୍ଷା କରିବା ନିମନ୍ତେ ଉପଯୁକ୍ତ ପରିମାଣର ସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ନାୟକ ଯୋଗଦେଇ ଜୟ ଜବାନ୍ ଜୟ କିଶାନ୍ ସ୍ଲୋଗାନ୍କୁ ଉତ୍ଥାପନ୍ନ କରି ଦେଶର ସୁରକ୍ଷା ପାଇଁ ଯବାନ୍ ମାନଙ୍କର ବଳିÂ ଭୂମିକା ଥିବାବେଳେ ଦେଶବାସୀଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କୃଷକମାନଙ୍କର ସେହିପରି ଭୂମିକା ରହିଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ ଅନାମବଂଧୁ ଧଳ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମହେଶ ପ୍ରସାଦ ରଥ ସମାଜସେବୀ ଭଜକୃଷ୍ଣ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକର ଉନ୍ନତି କଳ୍ପେ ସରକାରଙ୍କର ବିଭିନ୍ନ କୃଷି ଯୋଜନା ତଥା ସାରର ଉପଯୁକ୍ତ ବିନିଯୋଗ ଓ ବ୍ୟବହାର ଜିଲ୍ଲାର କୃଷି ଉପôାଦ କ୍ଷମତାକୁ ଯଥେଷ୍ଟ ବଢାଇ ଜିଲ୍ଲାର ଆବଶ୍ୟକତା ପଡୁଥିବା ସମସ୍ତ କୃଷିଜାତ ଦ୍ରବ୍ୟ ଓ ପଦାର୍ଥର ଚାହିଦା ପୂରଣ କରି ରପ୍ତାନୀ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବାକୁ କହିଥିଲେ । ଏ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା କୃଷି ଓ କୃଷକ ସଚେତନତା ଧର୍ମୀ ପୁସ୍ତକ ଉନ୍ମୋଚନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ କୃଷି ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୂଚନା ଓ ଉପନିଦେ୍ର୍ଧଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର, ତାପସ ରଂଜନ ସାହୁ, ନମିତା ମହାପାତ୍ର, ସୂଚନା ଓ ଲୋକ ସଂପର୍କ ଉପଖଣ୍ଡ ଅଧିକାରୀ ଲକ୍ଷ୍ମଣ ବେହେରା, ବିଜେଡି ନେତା ପ୍ରଦୀପ୍ତ ମହାନ୍ତି, ଆଲୋକ ସାହୁ, ଜିଲ୍ଲା କୃଷି ବିଭାଗର ଉପ ନିଦେ୍ର୍ଧଶକ ସେକ୍ ଏହେସାନ୍ ପ୍ରମୁଖଙ୍କ ସମେତ ଜିଲ୍ଲାର ଶହ ଶହ କୃଷକ ଯୋଗ ଦେଇଥିଲେ ।