
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବନ ଜୀବିକା ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଛନ୍ତି। ଅତ୍ୟନ୍ତ ଦୁର୍ବିସହ ରେ ନିଜର ଜୀବନ ଅତିବାହିତ କରୁଛନ୍ତି ଏହି ଭଳି ଏକ ସଙ୍କଟ ଜନକ ପରିସ୍ଥିତିରେ ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଲିଗୁଆଳି ,ଗୋପାଳପୁର ଓ ନାଗା ପାଟଣା ଗ୍ରାମରେ କରୋନା ମୃତକଙ୍କ ପରିବାର ଓ ଅସହାୟ ଲୋକମାନଙ୍କୁ ଜୀବନ ସାହାଙ୍କ ନେତୃତ୍ୱରେ ରାସନ୍ ସାମଗ୍ରୀ ବଣ୍ଟା ଯାଇଥିଲା ଏବଂ ଏହି କାର୍ଯ୍ୟରେ ସାଇଭାଇ ଅନୁଷ୍ଠାନର ଚନ୍ଦ୍ର ଶେଖର ମିଶ୍ର , ନିରଞ୍ଜନ ନାୟକ ଓ ଯୁବ ସମାଜ ସେବୀ ରାକେଶ ପ୍ରଧାନ ,କେଶରୀ ନନ୍ଦନ ପ୍ରଧାନ, ସାଫଲ୍ୟ ମିଶ୍ର ପ୍ରଭୃତି ସହଯୋଗ କରିଥିଲେ। ଏହିଭଳି କାର୍ଯ୍ୟ ଜାରିରଖିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।