
ଶ୍ରୀମନ୍ଦିର ର ସେବାସହ ଶ୍ରୀକ୍ଷେତ୍ରର ମଠ ମାନଙ୍କର ଭାଗିଦାରୀ କାହିଁ କେଉଁ ଆବାହନ କାଳରୁ ଅଛି |ସେବା କହିଲେ ଗୋଟିଏ ସେବା ନୁହେଁ ଅନେକ ସେବା ତନ୍ନମଧ୍ୟରୁ ଆଜି ଗୋଟିଏ ମୁଖ୍ୟ ସେବା ଯାହା ମହାପ୍ରଭୁ ଙ୍କ ଜ୍ୱର ସମୟରେ ତାଙ୍କ ମନ ଜାଣି ଫଳ ମୂଳ ପହଞ୍ଚାଇବା ଆଜି ପୁରୀର ହାତୀ ଆଖଡ଼ା ମଠ ତାହାର ଶାଖା ବିଶ୍ଵାମିତ୍ର ଆଶ୍ରମ କାକଟପୁର ଏବଂ ମାଧବ ମନ୍ଦିର ନିଆଳିର ସହଯୋଗରେ ପାରମ୍ପରିକ ରୀତି ଓ ନୀତିରେ ଫଳ ମୂଳ ପହଞ୍ଚାଯାଇଥିଲା |ଫଳ ମୂଳ ଗୁଡିକ ହେଲା ଆମ୍ବ, ପଣସ, ସପୁରୀ , କଦଳୀ, ନଡ଼ିଆ, ଖଜୁରୀ କୋଳି, ଜାମ୍ମୁ କୋଳି, ପିଜୁଳି, ସେଓ, ଡାଳିମ୍ବ, କମଳା ଇତ୍ୟାଦି ପହଞ୍ଚାଯାଇଥିଲା |
କଥିତ ଅଛି ଜଗନ୍ନାଥ ଙ୍କ ଜ୍ୱର ସମୟରେ ହନୁମାନ ଜୀ ମହାରାଜ ଦର୍ଶନ କରିବାକୁ ଯାଇଥାନ୍ତି |ଏଣୁ ତାଙ୍କ ଅନୁମତ ନେଇ ବିଶ୍ଵାମିତ୍ର ମୁନି ଫଳ ପଠାଇ ଥାନ୍ତି |ଉକ୍ତ ପରମ୍ପରା ଆଜି ମଧ୍ୟ ହନୁମାନ ଜୀ ହାତୀ ଆଖଡ଼ା ମଠ ଙ୍କର ଅନୁମତ କ୍ରମେ ସେବା ସମ୍ପାଦନ କରାଯାଇଥିଲା |ଏବଂ ଏହି ସେବାରେ ସହଯୋଗ କରିଥିବା ଭକ୍ତ ମାନେ ହେଲେ ମହନ୍ତ ଶ୍ରୀ ସୁଖରାମ ଦାସ,ରାମ ପ୍ରୀତ ଦାସ (ଜଟା ବାବା ), କାଳୀ ଚରଣ ଦାସ, ନିତ୍ୟାନନ୍ଦ ପରିଡା, ବଳରାମ ସ୍ୱାଇଁ, ଜଗନ୍ନାଥ ବାରିକ, ଛବି ବାରିକ, ସୁରେନ୍ଦ୍ର ବେହେରା, ପୁରୁଷୋତ୍ତମ ଦାସ, ପ୍ରଫୁଲ୍ଲ ଦାସ, ବିଦ୍ୟାଧର ଭୋଇ, ଚନାତନ ଭୋଇ, ଝରି ସାହୁ, ବାସୁଦେବ ବେହେରା, ବବୁଲ ବେହେରା, କାଳନ୍ଦୀ ବିଶ୍ୱାଳ, ସୁରେନ୍ଦ୍ର ଦାସ ଓ ଗୁଲ ଓଝା ପ୍ରମୁଖ ସାମିଲ ଥିଲେ |