ପୁରୀ ବାଲିନୋଳିଆ ସାହିର ବାସିନ୍ଦା ଏନ ଭାସ୍କର, ନିଜ ବାପାଙ୍କ ମୃତ୍ୟୁ ର ତଦନ୍ତ ର ଅବହେଳା ହୋଇଥିବା ନେଇ ପୁରୀ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ମୋ ବାପା ଏନ ତ୍ରିନାଥ ଏପ୍ରିଲ ମାସ ୧୯ ତାରିଖ ଦିନ ପୁରୀ କଲରା କୋଭିଡ ସେଣ୍ଟର ରୁ ଭୁବନେଶ୍ୱର SUM ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଥିଲେ । ତାପରେ ଆମେ ଫୋନ ମାଧ୍ୟମରେ ତାଙ୍କର ଦେହ ବିଷୟରେ ପଚାର ଉଚରା କରୁଥିବା ବେଳେ ସେ ଆମକୁ କୁହନ୍ତି ବାପା ଙ୍କ ଦେହ ଭଲ ଅଛି । ମାସେ ଗଲା ପରେ ମୁଁ ଓ ମୋ ପରିବାର ଲୋକ ବାପା ଠିକ୍ ହୋଇଯାଇଥିବା
କଥା ଶୁଣି ମଇ ୨୦ ତାରିଖ ରେ SUM ହସ୍ପିଟାଲ୍ କୁ ବାପା କୁ ଆଣିବା ନିମନ୍ତେ ଯାଇଥିଲୁ । କିନ୍ତୁ ସେତେବେଳେ ସେ ଆମକୁ କହିଲେ ବାପା ମରିଗଲେଣି ଓ ଆମକୁ ଗୋଟିଏ କାଗଜ ରେ ବାପା ଙ୍କ ନାମ ଲେଖିଦେଲେ । କହିଲେ କ୍ୟାପିଟାଲ ହସ୍ପିଟାଲ୍ , ଭୁବନେଶ୍ବର ରେ ଦେଖାଅ ସେଠି ବାପା ଙ୍କ ବିଷୟରେ ଜାଣି ପାରିବ । ଆମେ ସେହି ହସ୍ପିଟାଲ୍ ଗଲୁ କିନ୍ତୁ କିଛି ତଥ୍ୟ ପାଇଲୁ ନାହିଁ । ଶେଷରେ ଆମେ ପୁରୀ ଫେରି ଆସିଲୁ । ତା ପରଦିନ ମଇ ୨୨ ରେ ଆମେ IHRC ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରି ଆମେ ଓ ସେହି ସଂସ୍ଥା ର କିଛି ସଦସ୍ୟ SUM ହସ୍ପିଟାଲ୍ ଗଲୁ ସେତେବେଳେ SUM
ଅଧିକାରୀ କହିଲେ ଆମେ ତୁମୁଡୁମା ସ୍ଥିତ କୋଭିଡ ସେଣ୍ଟରକୁ ତାଙ୍କୁ ଏପ୍ରିଲ ୨୦ ରେ ପଠେଇଛୁ, କିନ୍ତୁ ତୁମୁଡୁମା କୋଭିଡ ସେଣ୍ଟର ବାଲା କହିଲେ ଯେ,ଆମେ ଏନ ତ୍ରିନାଥ ନାମକ କୌଣସି ରୋଗୀ ବିଷୟରେ ଜାଣିନୁ ଓ ଏପ୍ରିଲ ୨୧ ରେ ମରିଗଲେ ।କ୍ୟାପିଟାଲ ହସ୍ପିଟାଲ୍ ରେ ତାଙ୍କର ତଥ୍ୟ ଅଛି ଆପଣ ମାନେ ଯାଆନ୍ତୁ ବୋଲି କହିଲେ । ଆମେ ଭକ୍ତ ସଂସ୍ଥା ସହ ପୁଣି କ୍ୟାପିଟାଲ ହସ୍ପିଟାଲ୍ ଆସିଲୁ ସେଠାରେ ଜାଣିବାକୁ ପାଇଲୁ ସେମିତି ଏନ ତ୍ରିନାଥ ନାମକ କୌଣସି ବ୍ୟକ୍ତି କୁ ଆମେ ଗ୍ରହଣ କରିନୁ । କ୍ୟାପିଟାଲ ହସ୍ପିଟାଲ୍ ଆମକୁ BMC ରେ ବୁଝିବାକୁ କହିଲେ । BMC ରେ ବି ଆମେ ଜାଣିବାକୁ ପାଇଲୁ ସେମିତି କୌଣସି ବ୍ୟକ୍ତିଙ୍କ ର ନାମ ନାହିଁ। ଶେଷରେ ସତ୍ୟନଗର ମଶାଣି ରେ ବୁଝିଲୁ ସେମିତି କୌଣସି ବ୍ୟକ୍ତି ଙ୍କ ମରଶରୀର ଆସିନାହିଁ କହିଲେ । ଆମେ ନିରାଶ ହୋଇ ପରଦିନ ମଇ ୨୨ ତାରିଖ ଦିନ ଭରତପୁର ଥାନା ଅଧିକାରୀ ଙ୍କ ଗୁହାରି ଜଣାଇ FIR ଦେଲୁ । କିନ୍ତୁ ଆମେ ଆଜି ପର୍ଯ୍ୟନ୍ତ ଯେବେ ପଚାରୁଛୁ ସେ କହୁଛନ୍ତି inquiry ଚାଲିଛି । ଏହି ୪/୫ ଦିନ ତଳୁ ଆମକୁ ଗୋଟିଏ ସମ୍ବାଦ ରେ ଏପ୍ରିଲ ୨୩ ତାରିଖ ଦିନ ର ଖବରକାଗଜ ଆମକୁ IHRC ଦ୍ବାରା ଦିଆଗଲା ଯେଉଁଥିରେ ଆମ ବାପାଙ୍କ ଫୋଟୋ ରଖି ଲେଖା ଯାଇଛି ଯେ ସେ ଜଣେ ମାନସିକ ବିକାରଗ୍ରସ୍ତ ଲୋକ ଖଣ୍ଡଗିରି ଥାନା କୁଆଡେ ତାକୁ ଡୁମୁଡୁମା ରୁ ଉଦ୍ଧାର କରିଛନ୍ତି । ତାଙ୍କୁ କୋଭିଡ ହୋଇଥିଲା ଓ ସେ କୁଆଡେ ୪/୫ ଦିନ ହେବ ଡୁମୁଡୁମା ଅଞ୍ଚଳରେ ବୁଲୁଥିଲା ।ଏହି ସବୁ କଥା କୁ ସ୍ଥିତି କରି ଆମକୁ ଲାଗୁଛି ଆମ ବାପା କିଛି
ଅଙ୍ଗଟସ୍କରୀ ହସ୍ପିଟାଲ୍ ବାଲା କରିଛନ୍ତି ନଚେତ ତାଙ୍କୁ ମାରିଛନ୍ତି । ଏହି ଅଘଟଣ ପାଇଁ ମୁଁ ଓ ମୋ ପରିବାର ଭୁବନେଶ୍ବର BMC, ଖଣ୍ଡଗିରି ଥାନା ଅଧିକାରୀ, ଡୁମୁଡୁମା କୋଭିଡ ସେଣ୍ଟର ଓ SUM ହସ୍ପିଟାଲ୍ କୋଭିଡ ଅଧିକାରୀ ଙ୍କୁ ଦାୟୀ କରୁଛୁ । ଜାଣିଶୁଣି ଆମ କେଶ୍ ଟି କୁ ବିଳମ୍ବ କରି ଭରତପୁର ଥାନା ଅଧିକାରୀ ବି ଆମ କୁ ମାନସିକ ଚିନ୍ତା ବଢାଉଛନ୍ତି ।ଯଦି ୩/୪ଦିନ ଭିତରେ ଆମକୁ ବାପା କେମିତି ମୃତ୍ୟୁବରଣ କରିଛଛି ନ କହିଲେ ଆମେ ଆପଣଙ୍କ ଅଫିସ ଆଗରେଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ।
Related Stories
November 22, 2024