-
ଜଗନ୍ନାଥ ପ୍ରସାଦ ଏହି ଖବର ରାଜ୍ୟ ର ଅନ୍ୟ କେଉଁ ଜାଗାର ନୁହଁ ଖୁଦ ଜଙ୍ଗଲ ବିଭାଗ ଦାୟିତ୍ୱ ରେ ଥିବା ମନ୍ତ୍ରୀ ଙ୍କ ଏରିଆ ରେ…..
ସାରାବିଶ୍ୱ ରେ ଅମ୍ଳଜାନ ଅଭାବ ର ସମସ୍ୟା କୁ ସାମ୍ନା କରୁଥିବାବେଳେ ଲକ୍ଷ ଲକ୍ଷ ଲୋକ ଙ୍କ ଜୀବନ ଅମ୍ଳଜାନ ଅଭାବ କାରଣ ରୁ ଚାଲିଯାଉଛି I ବୃକ୍ଷ ରୋପଣ ପାଇଁ ସାରାବିଶ୍ୱ ରେ ପ୍ରାଥମିକ ଦିଆଯାଉଥିବା ବେଳେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶ କରାଯାଉଥିବା କଥା କୁହାଯାଉଛି କିନ୍ତୁ ଆଜିର ଚିତ୍ର ସମ୍ପୂର୍ଣ ଅଲଗା ଜଗନ୍ନାଥ ପ୍ରସାଦ ଅଞ୍ଚଳ ରେ ଏହାର ବିନାଶ ର ଉଦାହରଣ ଦେଖିବାକୁ ମିଳିଛି I ଜଗନ୍ନାଥ ପ୍ରସାଦ ବ୍ଲକ ଡ଼ିମିରି ପଲ୍ଲୀ ବନ ପାହାଡ଼ ଘେରା ପରିବେଶ ସତଗୁଣେ ଶୋଭାବର୍ଧନ କରୁଥିବା ହଜାର ହଜାର ଗଛ କୁ ସ୍ଥାନୀୟ ରେ କିଛି ନିଜ କୁ ଜମିର ମାଲିକ ଦାବି କରୁଥିବା କିଛି ଅସାଧୁ ବ୍ୟକ୍ତି ଙ୍କ ପରୋଚନାରେ ଜଙ୍ଗଲ ରୁ ହଜାର ହଜାର ଦାମୀ ଗଛ କୁ କାଟିଦିଆ ଯାଇଛି I
ଯାହାକୁ ନେଇ ସ୍ଥାନୀୟ ଆଦିବାସୀ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ଯାହା କୁ ନେଇ ୩ ଦିନ ଧରି ଗଞ୍ଜାମ ଜୀର୍ଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ,ଉତ୍ତର ଘୁମୁସର ବନବିଭାଗ ଅଧିକାରୀ ଓ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେବାପରେ I ବନ ବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀ ଦେଖାଣିଆ ଭାବରେ କଟାଯାଇଥିବା ଗଛ ପରିଦର୍ଶନ କରି କାମ ସାରିଦେଇଥିବା ଭଳି ମନେ ହେଉଛି I ଖୋଦ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ଙ୍କ ର ନିର୍ବାଚନ ମଣ୍ଡଳୀରେ ଏଭଳି ଗଛ କଟା କୁ ନେଇ ତାଙ୍କ ବିଭାଗ ନିରବ ରହୁଥିବାରୁ ମନ୍ତ୍ରୀ ଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ସ୍ଥାନୀୟ ପରିବେଷବିତ ମାନେ ଆଙ୍ଗୁଳି ନିର୍ଦେଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି I ବିଭାଗୀୟ ମନ୍ତ୍ରୀ ଙ୍କ ଅଞ୍ଚଳ ରେ ଏଭଳି ଦୃଶ୍ୟ କୁ ମନ୍ତ୍ରୀ ଆରୁଖ କେଉଁ ନଜର ରେ ଦେଖିବେ ତାହା ସାଧାରଣ ରେ ଦେଖିବାକୁ ବାକି ରହିଛି I