ନୂଆଦିଲ୍ଲୀ, ଭାରତ କୋଭିଡ ଟିକାକରକଣ କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ ହାସଲ ସ୍ୱରୂପ ମୋଟ କୋଭିଡ ଟିକା ପ୍ରଦାନରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇଛି । ଭାରତରେ କୋଭିଡ ଟିକାକରଣ ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ ଟିକାକରଣ ୨୦୨୦ ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା ।ଭାରତରେ ମୋଟ ଟିକାକରଣ ଗତକାଲି ୩୨.୩୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୩,୨୧,୮୯୮ ସେସନରେ ମୋଟ ୩୨,୩୬,୬୩,୨୯୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଂଟା ମଧ୍ୟରେ ୧୭,୨୧,୨୬୮ ଡୋଜ୍ ଟିକା ଦିଆଯାଇଛି ।୨୦୨୧ ଜୁନ୍ ୨୧ରୁ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ପ୍ରତିବଦ୍ଧ ।ଭାରତରେ ଗତ ୨୪ ଘଂଟାରେ ୪୬,୧୪୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।ଗତ ୨୧ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବା ବେଳେ ଭାରତରେ ଗତ ୪୬ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଚିହ୍ନଟ ହେଉଥିବା ନୂଆ ମାମଲାକୁ ପଛରେ ପକାଇଛି । ଗତ ୨୪ ଘଂଟା ମଧ୍ୟରେ ୫୮,୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୨ ହଜାର (୧୨,୪୩୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।