Related Stories
November 22, 2024
ରାଉରକେଲା, ୫୨୦ ନଂ ଜାତୀୟ ରାଜପଥର ଦୂରାବସ୍ଥା ଯୋଗୁଁ ଚୁନା ଘାଟି ଠାରୁ କୋଇଡ଼ା ପର୍ଯ୍ୟନ୍ତ ରାସ୍ତା ଗତ ୪ ଦିନ ଧରି ଜାମ୍ ହୋଇପଡିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ଏହି ରୁଟ୍ ରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି । ଏହି ରାସ୍ତା ରାଉରକେଲାରୁ ବଣାଇ ଓ ବଣାଇରୁ କୋଇଡ଼ାକୁ ସଂଯୋଗ କରୁଛି ।ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା କୋଇଡ଼ା ଓ ଆଖପାଖ ଅଂଚଳବାସୀଙ୍କ ପାଇଁ ଏହି ରାସ୍ତା ଅନେକ ଗୁରୁତ୍ୱ ବହନ କରେ । ଏହି ଖଣି ଅଂଚଳରେ ବର୍ତମାନ ୩୧ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଚାଲୁଥିବା ବେଳେ ଏଠାରୁ ଖଣିଜ ପଥର ପରିବହନ ଲାଗି ଶହ ଶହ ସଂଖ୍ୟାରେ ଟ୍ରକ୍ ଓ ଡ଼ମ୍ଫର ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ତେବେ ସମ୍ପୃକ୍ତ ରାସ୍ତାକୁ ନୂଆ କରି ନିର୍ମାଣ କରୁଥିବା ଠିକା ସଂସ୍ଥା କିମ୍ବା ଜିଲ୍ଲା ପ୍ରଶାସନ ଏନେଇ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିନଥିବାରୁ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି ।