ପୁରୀ, ଜ୍ୱରରେ ପୀଡ଼ିତ ହୋଇ ଶ୍ରୀଜୀଉମାନେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦେଉଳ ବୈଦ୍ୟଙ୍କ ପରାମର୍ଶ କ୍ରମେ ଆର୍ୟୁବେଦିକ ଉପଚାରରେ ଚିକିତ୍ସା ସେବା ଜାରୀ ରଖିଛନ୍ତି । ଆଜି ଓଡ଼ିଆ ମଠରୁ ଆୟୁର୍ବେଦିକ ଚେରମୂଳି ମିଶ୍ରିତ ଫୁଲୁରୀ ତେଲ ଆସିବା ପରେ ଶ୍ରୀଜୀଉଙ୍କ ଶ୍ରୀ ଅଙ୍ଗରେ ଲାଗି ହେବ । ଫୁଲୁରୀ ତେଲ ଲାଗି ପରେ ମହାପ୍ରଭୁ ଧିରେ ଧିରେ ସୁସ୍ଥ ହେବେ । ସ୍ନାନ ପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଓ ଅଣସର ବିଧି ୧୫ ଦିନ ଧରି ପାଳିତ ହୋଇଥାଏ । ଓଦା ବସ୍ତ୍ର ଫିଟା, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ଓଷ ଲାଗି, ଖଳି ଲାଗି, ଚକା ଅପସର, ଖଡ଼ି ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥାଏ ।