

Related Stories
April 20, 2025
କେନ୍ଦୁଝର ,ରାଜ୍ୟ ତଥା ଦେଶରେ ଅନେକ ଡାକ୍ତର ସେମାନଙ୍କର ଉଲ୍ଲେଖନୀୟ ସେବା ମନୋବୃତିକୁ ନେଇ ଚର୍ଚ୍ଚାରେ ରହିଆସିଥିବା ବେଳେ ଅବିଭକ୍ତ କେନ୍ଦୁଝର ଜିଲ୍ଲାର ଖଣି ଉପତ୍ୟକା ଅଂଚଳରେ ଜଣେ ସରକାରୀ ଡାକ୍ତର ତାଙ୍କର ବିବାଦୀୟ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାକୁ ଆସିିଛନ୍ତିି । ଡାକ୍ତରଙ୍କର ନିବରଛିନ୍ନ ନିସ୍ୱାର୍ଥପର ସେବା ପାଇଁ ସାଧାରଣରେ ସେମାନେ ଭଗବାନଙ୍କ ସ୍ୱରୂପ ଭାବେ ଅଭିହିତ ହେଉଥିବା ବେଳେ ଅନେକଙ୍କ ପାଇଁ ସେମାନେ ଦେବଦୂତ ସଦୃଶ୍ୟ । ଡାକ୍ତରଙ୍କ ଉତମ ବ୍ୟବହାର ଓ ମଧୁର ବଚନ ତଥା କଥା କହିବାର ଶୈଳୀ ରୋଗୀର ଅଧା ରୋଗ ସହ ପରିବାର ସଦସ୍ୟଙ୍କର ଅଜଣା ଆଶଙ୍କା ଉପଶମ କରୁଥିବା କଥା କାହାକୁ ଅଜଣା ନାହିଁ । କୋଭିଡ ସମୟରେ ନିଜ ଜୀବନକୁ ବିପନ୍ନ କରି ଡାକ୍ତର ମାନେ ଯେଭଳି ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ସେ ସବୁର ଯେତେ ପ୍ରଶଂସା କଲେ ବି ଉଣା ହେବ, ତାହା ଅବଶ୍ୟ କାହାକୁ ଅଜଣା ନୁହେଁ । ଏପରିକି ଦିନରାତି ନିଜକୁ ରୋଗୀ ସେବାରେ ନିୟୋଜିତ କରିଥିବା ଅନେକ ଡାକ୍ତର ସେମାନଙ୍କର ପ୍ରାଣ ମଧ୍ୟ ହାରିଛନ୍ତି । କିନ୍ତୁ, କେନ୍ଦୁଝର ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାର ବଡବିଲ ଅଂଚଳରେ ଜଣେ ଡାକ୍ତର ତାଙ୍କର ବିବାଦୀୟ କାର୍ଯ୍ୟକଳାପକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସଂପୃକ୍ତ ଡାକ୍ତର ଜଣଙ୍କର ବଡବିଲ ସରକାରୀ ହସପିଟାଲରେ ଅବସ୍ଥାପିତ ହେବାର ପ୍ରାୟ ଦୀର୍ଘ ୧୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ପରେ ମଧ୍ୟ ତାଙ୍କ ପାଇଁ ସରକାରଙ୍କ ବଦଳି ନିୟମ ଲାଗୁ ନହେବା ଘଟଣା ସାଧାରଣଙ୍କ ପାଇଁ ସ୍ୱଭାବିକଭାବେ ରହସ୍ୟପୂର୍ଣ୍ଣ ହୋଇପଡିିଛି । ସଂପୃକ୍ତ ଡାକ୍ତର ଜଣକ ରୋଗୀସେବାକୁ ପ୍ରାଥମିକତା ଦେବା ପରିବର୍ତେ ସେମାନଙ୍କ ପ୍ରତି ଦୁର୍ବବ୍ୟବହାର ପ୍ରଦର୍ଶନ କରୁଥିବା, ଏପରିକି ହସପିଟାଲର କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାଁନ୍ତି । ଏହାକୁ ନେଇ ସମଗ୍ର ଅଂଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ସରକାରୀ ହସପିଟାଲରେ ରୋଗୀଙ୍କୁ ସେବା ଯୋଗାଇଦେବା ଅପେକ୍ଷା, ବିନା ଡାକ୍ତରରେ ଶ୍ରମିକ ଓ କର୍ମଚାରୀଙ୍କ ସହ ପ୍ରଭାବିତ ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା କହି ସରକାରଙ୍କୁ ଠକୁଥିବା ଖଣି କମ୍ପାନୀ ଗୁଡିକରେ ଉପସ୍ଥାନ ପକାଇ ବେଶ୍ ଭଲ ରୋଜଗାର କରୁଥିବା ଭଳି ଘଟଣା ଲୋକଲୋଚନକୁ ଆସିଛି । ସଂପୃକ୍ତ ଡାକ୍ତରଙ୍କ ସମ୍ପର୍କରେ ବିଭାଗୀୟ କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅଦ୍ୟାବଧି ଫଳ ଶୂନ୍ୟ ରହିଅଛି । ଅନ୍ୟ ପକ୍ଷରେ ସମ୍ପୃକ୍ତ ଡାକ୍ତର ତାଙ୍କ ବାସଭବନ ସମ୍ମୁଖରେ ଏକ ଗୃହ ନିର୍ମାଣ ନିମନ୍ତେ ୧୦ଟି ଫଳନ୍ତି ଗଛକୁ ବେଆଇନ ଭାବେ ଛେଦନ କରିଥିବା ସମ୍ପର୍କରେ ଅଭିଯୋଗ ପରେ ବି ବନବିଭାଗର ନୀରବତାକୁ ନେଇ ବିଭାଗର ସ୍ୱଚ୍ଛତା ଉପରେ ଉଠିଛି ପ୍ରଶ୍ନ । ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ ସବୁବେଳେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ଏହି ଉଦ୍ଦେଶ୍ୟରେ ୫-ଟି ବିଭାଗର ସୃଷ୍ଟି କରିଛନ୍ତି । ଏବଂ ସଚିବଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଏହି ମହତ ଲକ୍ଷ୍ୟର ସଫଳ ରୁପାୟନ କ୍ଷେତ୍ରରେ କେତେକ ଅସାଧୁ ଅଧିକାରୀ ବାଧକ ସାଜିଥିବା ଲକ୍ଷ୍ୟ କରାଯାଉଛି । ତାହା ପୁଣି ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗରେ । ଯାହା କେନ୍ଦୁଝର ଜିଲ୍ଲାରେ ହିଁ ଦେଖିବାକୁ ମିଳିଛି । ଯେଉଁଥିପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବଡବିଲ ଡାକ୍ତରଖାନାରେ ଦୀର୍ଘ ବର୍ଷ ହେବ ଆସ୍ଥାନ ଜମାଇ ବସିଥିବା ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏପରି କି ଅଭିଯୋଗର ସତ୍ୟତା ସମ୍ପର୍କରେ ତଦନ୍ତ କରିବା ଦିଗରେ ମଧ୍ୟ ବିଭାଗୀୟ କର୍ତୃପକ୍ଷ ଆଗ୍ରହ ପ୍ରକାଶ ନକରିବା ଘଟଣାର , ଲୁକ୍କାୟିତ ରହସ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ବଡବିଲ ଅଂଚଳବାସୀଙ୍କ ସମୁହିକ ସ୍ୱାର୍ଥ ଦୃଷ୍ଟିରୁ ୫-ଟି ସଚିବ ଏ ଦିଗରେ ତୁରନ୍ତ ଦୃଷ୍ଟିଦେଇ ଉଚିତ ପଦକ୍ଷେପ ନେବା ସପକ୍ଷରେ ବହୁଳ ମତ ପ୍ରକାଶ ପାଇଛି ।