Related Stories
November 22, 2024
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗତକାଲି ରାତ୍ରରେ ଏକ ବିରଳ ଶିଶୁ ଜନ୍ମ ହୋଇଛି!ଶିଶୁ ଟି ଗୁରୁତର ଥିବାରୁ ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି!ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଳକ ର ସାନ୍ତାଇପୁଟ ଗ୍ରାମର କୈଳାସ କୁମ୍ଭାର ଓ ତାଙ୍କ ସ୍ତ୍ରୀ ପ୍ରମିଳା କୁମ୍ଭାର ଆସି କାଲିମେଳା ବ୍ଳକ ଏମଭି ୭ ୨ ଗ୍ରାମର କୁମ୍ଭାର ସାହିରେ ରହୁଛନ୍ତି!ଗତକାଲି ଗର୍ଭବତୀ ଥିବା ପ୍ରମିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ କାଲିମେଳା ମେଡିକାଲକୁ ଆଣିଥିଲେ!ସେଠାରେ ସେ ୩ କେଜି ୨୬ ଗ୍ରାମ ଓ ୩ କେଜି ୩ ୬ ଗ୍ରାମର ଦୁଇ ଟି ଶିଶୁ କୁ ଜନ୍ମ ଦେଇଥିଲେ!ଗୋଟିଏ ଶିଶୁ ସୁସ୍ଥ ଥିବାବେଳେ ଅନ୍ୟ ଜଣେ ଶିଶୁ ଅଭୂତ ଭାବେ ଜନ୍ମ ହୋଇଥିବା ଦେଖିବାକୁ ମିଳିଥିଲା!ଅଭୂତ ବିରଳ ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ଟିକ ନଥିବାରୁ ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି!ଏହି ଶିଶୁଟିର ଫୋଟ ମୋବାଇଲ ରୁ ମୋବାଇଲ କୁ ଭାଇରଲ ହେବାପରେ ତାକୁ ଦେଖିବାପାଇଁ ମେଡିକାଲ ରେ ଲୋକଙ୍କ ଭିଡ଼ ଲାଗିଥିଲା!