Related Stories
November 22, 2024
ମାଲକାନଗିରି, ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ରେ ବିନା କୌଣସି ଅଭିଜ୍ଞତା ପ୍ରମାଣପତ୍ର ନଥାଇ ଶତାଧିକ ବ୍ୟକ୍ତି ନିଜକୁ ଡାକ୍ତର (କ୍ଵାକ )ପରିଚୟ ଦେଇ ଲୋକଙ୍କୁ କେତବେଳେ ସାପ୍ତାହିକ ହାଟରେ ଗଛ ମୂଳରେ ବସି ଚିକିତ୍ସା କରିବା ସହ ସାଲାଇନ ଲଗାଉଛନ୍ତି!ଏହି ନକଲି ଡାକ୍ତର ଙ୍କ ପାଖରେ ଚିକିତ୍ସା ହୋଇ ଭୁଲ ଇଞ୍ଜେକେସନ ଓ ଔଷଧ ଖାଇ ପ୍ରତିବର୍ଷ ଶତାଧିକ ଲୋକ ମୃତ୍ୟ ବରଣ କରୁଥିବା ଜଣାପଡିଛି! ନକଲି ଡାକ୍ତର ଙ୍କ ଦ୍ୱାରା ଚିକିତ୍ସା ନାମରେ ଲୋକେ ଶୋଷଣର ଶିକାର ହୋଉଥିବା ଅଭିଯୋଗ ହେବା ପରେ ମାଲକାନଗିରି ଜିଲ୍ଲା ପୋଲିସ ସଜାଗ ହୋଇ ବର୍ତମାନ ମିଶନ ନକଲି ଡାକ୍ତର (କ୍ଵାକ )ଗିରଫ ଅଭିଯାନ ଆରମ୍ଭ କରିଛନ୍ତି!ମାଲକାନଗିରି ଆଦର୍ଶ ଥାନା ପୋଲିସ ଗତକାଲି ନକଲି ଡାକ୍ତର ସାଜି ଚିକିତ୍ସା କରୁଥିବା ପିଟାଗାଟା ଗ୍ରାମର ମେହୁର ବିଶ୍ୱାସ, ଏମଭି 47ଗ୍ରାମର ଅନିମେଶ ଵାଲା, ଏମଭି ୩ ୨ ଗ୍ରାମର ମନତୋଷ ପାଣ୍ଡେ ଓ ଅମୂଲ୍ୟ ପାଣ୍ଡେ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁ ପରିମାଣର ଔଷଧ ଓ ଇଞ୍ଜେକ୍ସନ ଜବତ କରିଛନ୍ତି!ଗିରଫ ଚାରି ଜଣକୁ ଥାନା କେସ ସଂଖ୍ୟା ୨ ୨ ୭ /୨ ୨ ୮ /୨ ୨ ୯ /୨ ୩ ୧ ରେ କୋର୍ଟ ଚାଲାଣ କରାଯାଇଛି! ଜିଲ୍ଲା ପୋଲିସ କୁ ମିଶନ ନକଲି ଡାକ୍ତର ଚଢ଼ାଉ ଅଭିଯାନ ରେ ସଫଳତା ମିଳିଛି!ଇତିମଧ୍ୟରେ ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳରୁ ଚାରି ଜଣ, କାଲିମେଳା ଥାନା ଅଞ୍ଚଳରୁ ୩ ଜଣଓ ମାଲକାନଗିରି ଥାନା ଅଞ୍ଚଳରୁ ୭ ଜଣ ମୋଟ ୧ ୫ ଜଣ ନକଲି ଡାକ୍ତର ଗିରଫ ହୋଇଛନ୍ତି!