

ସେହିପରି ଆଉ ୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ମୃତକ ମାନେ ସମସ୍ତେ ପୁରୁଷ । ସେମାନଙ୍କ ମଧ୍ୟରୁ ଜଣକର ବୟସ ୪୪ ବର୍ଷ । ଜଣେ ୭୦ ବର୍ଷିୟ ପୁରୁଷ, ଯିଏ କି ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଏବଂ ଅନ୍ୟ ଜଣେ ୫୫ ବର୍ଷିୟ ପୁରୁଷ । ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୬ କୁ ବୃଦ୍ଧି ପାଇଛି । ଏଥି ସହ ଜିଲ୍ଲାରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୪ ରେ ପହଂଚିଛି ।