ବାଲେଶ୍ୱର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଗୋପୀମୋହନପୁର ଗ୍ରାମରେ ଭୋଜି ଖାଇ ୩୦ ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଭୋଜି ଖାଇବା ପରେ ସମସ୍ତେ ପ୍ରାୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଖବର ପାଇ ସ୍ୱାସ୍ଥ୍ୟ ଟିମ୍ ଗ୍ରାମରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ଅସୁସ୍ଥ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ସ୍ଥିତି ନିୟନ୍ତ୍ରଣାଧିନ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।