ଭୁବନେଶ୍ୱର – ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିବା ଘଟଣାରେ ବିଜେପିର ଏକ ପ୍ରତିନିଧୀ ଦଳ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟିଛନ୍ତି । ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଏବଂ ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ,୧୯୮୯ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ହୋମଗାର୍ଡଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।
ରାଜ୍ୟସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ହୋଇଥିବା ପ୍ରିଭେନସନ ଅଫ ଆଟ୍ରୋସିଟିସ ଆକ୍ଟକୁ କାର୍ଯ୍ୟକାରୀ କରୁନାହାଁନ୍ତି । ହୋମଗାର୍ଡର ଜୀବନ ପ୍ରତି ଏବେବି ବିପଦ ରହିଛି । ଶାସକ ଦଳର ଗୁଣ୍ଡାମାନେ ଏବେ ବିଧାୟିକାଙ୍କ ଇଙ୍ଗିତରେ ହୋମଗାର୍ଡକୁ ହତ୍ୟା କରିବା ପାଇଁ ଯୋଜନା କରୁଛନ୍ତି ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।
ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ହୋମଗାର୍ଡ ରଂଜନ ମଲ୍ଲିକଙ୍କ ନାଁରେ ଥିବା ମିଥ୍ୟା ମକୋଦ୍ଧମାକୁ ହଟାଇ ତାଙ୍କୁ ରାଜ୍ୟସରକାର ତୁରନ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି । ପୂର୍ବରୁ ପ୍ରତିନିଧୀ ଦଳ ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବଧିକାର କମିଶନ ଏବଂ ପୋଲିସ ମହାନିଦେ୍ର୍ଧଶକଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁÂାନ ନହେବା ବିଷୟକୁ ପ୍ରତିନିଧୀ ଦଳ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେଙ୍କ ଆଗରେ ରଖିଥିଲେ ।
ଏହି ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବିଶ୍ୱଜିତ ନାୟକ, ଯୁବମୋର୍ଚ୍ଚା ରଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ବରି ବ୍ଲକ ଚେୟାରମ୍ୟାନ ସୁବାଶିନୀ ଶର୍ମା , ବ୍ଲକ ଉପାଧ୍ୟକ୍ଷ ରମେଶ ଭଂଜ, ଜିଲ୍ଲା ପରିଷଦ ସଦସ୍ୟା ରଂଜିତା ସାମଲ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।