ଭୁବନେଶ୍ୱର, ପ୍ରବୀଣ ସାମ୍ବାଦିକ, ସ୍ତମ୍ଭକାର, ଲେଖକ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏବଂ ଉପବାଚସ୍ପତି ରଜନୀକାନ୍ତ ସିଂ ଗଭୀର ଶୋକପ୍ରକାଶ କରିଛନ୍ତି । ସାମ୍ବାଦିକତା ଜଗତରେ ସେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ ଥିଲେ ଏବଂ ତାଙ୍କ ବିୟୋଗ ଗଣମାଧ୍ୟମ ପାଇଁ ଏକ ଅପୂରଣୀୟ କ୍ଷତି । ଜଣେ ଆଗଧାଡ଼ିର ଲେଖକ ଭାବେ ମଧ୍ୟ ସେ ଚିରସ୍ମରଣୀୟ ରହିବେ । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ତାଙ୍କର ପୁସ୍ତକ ବିଜୁବାବୁଙ୍କ ଜୀବନୀର ଅନେକ ଅନାଲୋଚିତ ତଥ୍ୟକୁ ଲୋକଲୋଚନକୁ ଆଣିପାରିଥିଲେ । ଏବଂ ସେଥିପାଇଁ ସମଗ୍ର ଓଡ଼ିଆ ଜାତି ତାଙ୍କୁ ମନେ ରଖିଛି । ତାଙ୍କର ଅମର ଆତ୍ମା ଚିରଶାନ୍ତି ଲାଭ କରୁ ବୋଲି ବାଚସ୍ପତି ଡ. ପାତ୍ର ଏବଂ ଉପବାଚସ୍ପତି ଶ୍ରୀ ସିଂ କାମନା କରିଛନ୍ତି ।