ଭୁବନେଶ୍ୱର, ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ଭିସୁଟ୍୍) ର ନୂତନ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି ମିଳିଛି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । ଶ୍ରୀ ମାଝି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ପ୍ରଫେସର ମାଝୀ ବର୍ତମାନ ଆଇଆଇଆଇଟିଡିଏମ୍ କାଂଚିପୁରମ, ଚେନ୍ନାଇର ନିର୍ଦ୍ଦେଶକ ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ୨୬ ବର୍ଷର ଅଭିଜ୍ଞତା ରହିଛି । ୧୮ ଜଣ ପିଏଚଡି ସ୍କଲାର ଏବଂ ୭୦ ଜଣ ଏମ.ଟେକ୍ ଛାତ୍ରଛାତ୍ରୀଙ୍କୁ ସେ ଗାଇଡ୍ କରିଛନ୍ତି । ୨୦୧୬ ମସିହାରେ ସେ ରାଜ୍ୟ ସରକାରଙ୍କ ଠାରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପାଇଥିଲେ ।