
ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ଡଃ. ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ସ୍ୱର୍ଗତ ମଙ୍ଗରାଜ ଓଡିଶାର ଜଣେ ଆଗଧାଡିର ସାମ୍ବାଦିକ ଥିଲେ । ସାମ୍ବାଦିକତା ଓ ସାହିତ୍ୟ ଅନୁରାଗୀ ଥିବା ସହିତ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟାଇଛି । ସ୍ୱର୍ଗତ ମଙ୍ଗରାଜଙ୍କ ପରଲୋକରେ ମନ୍ତ୍ରୀ ଶ୍ରୀ ଦାସ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିବା ସହ ତାଙ୍କ ଅମରାତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।