ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗ ରାଜଙ୍କ ବିୟୋଗରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଜୀମୂତ ମଙ୍ଗରାଜଙ୍କ ଦୁର୍ଘଟଣାଜନିତ ଆକସ୍ମିକ ବିୟୋଗରେ ମୁଁ ଗଭୀର ମର୍ମାହତ । ସାମ୍ବାଦିକତାରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ଥିଲା । ‘ସମ୍ବାଦ’ ଓ ‘ପ୍ରଜାତନ୍ତ୍ର’ର ସାମ୍ବାଦିକ ଭାବେ ସେ ସବୁମହଲରେ ବିଶେଷ ଜଣାଶୁଣା ଥିଲେ । ପରେ ରାଜନୈତିକ ସାପ୍ତାହିକୀ ‘ନେତା’ ଓ ସ୍ୱାସ୍ଥ୍ୟ ପତ୍ରିକା ‘ଲାଇଫ୍ ଲାଇନ୍’ ପ୍ରକାଶ କରି ସେ ପାଠକୀୟ ଆଦୃତି ଲାଭ କରିଥିଲେ । ବିଜୁପ୍ରେମୀ ଭାବେ ତାଙ୍କର ସୁନାମ ଥିଲା । ‘ବିଜୁ ବିଜୁ ବିଜୁ’ ପୁସ୍ତକ ରଚନା କରିଥିଲେ । ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ।ମନ୍ତ୍ରୀ ଶ୍ରୀ ଆରୁଖ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।