ଆଜିର ବ୍ୟସ୍ତବହୁଳ ଜୀବନ ଯାପନ ସମୟରେ ଡାଇବେଟିସ,ଗ୍ୟାଷ୍ଟିକ,ବ୍ଲଡ଼ ପ୍ରେଶର, ହାର୍ଟ ଅଟାକ, ହାଇ କୋଲଷ୍ଟ୍ରାଲ ଓ କରୋନା ମହାମାରୀ ଭଳି ଅନେକ ରୋଗ କବଳରୁ ରକ୍ଷା ପାଇବା ସହିତ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗ ପ୍ରାଣାୟାମ ଏକ ପ୍ରାକୃତିକ ମାଧ୍ୟ୍ୟମ ସାଜିଛି |ଆଜିର ସମାଜ ବ୍ୟସ୍ତବହୁଳ ସମୟରେ ଯୋଗ ପ୍ରାଣାୟାମ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି |ଏହି ଯୋଗ ପ୍ରାଣାୟାମକୁ ନିଜର ଦୈନଦିନ ଜୀବନ ଶୈଳୀରେ ଆପଣେଇବା ପାଇଁ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମପଞ୍ଚାୟତ ର H. W.C. ହସ୍ପିଟାଲ ର ଆୟୁଷ ବହିର୍ବିଭାଗ ତରଫରୁ ପ୍ରୟାସ ଚାଲିଛି |ବରପୁଟ H. W.C. ହସ୍ପିଟାଲର ଆୟୁଷ ବହିର୍ବିଭାଗ ଯୋଗ ଡାକ୍ତର ରଘୁନାଥ ବଳିୟାର ସିଂ ଓ ଡାକ୍ତର ରୁନୀଲ ସ୍ମିତା ବଳିୟାର ସିଂ ଙ୍କ ତରଫରୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ରୋଗୀଙ୍କୁ ଯୋଗ ପ୍ରାଣାୟାମର ମହତ୍ୱ ବୁଝାଇଵା ସହିତ ସେମାନଙ୍କୁ ଯୋଗ ପ୍ରାଣାୟାମ ଶିଖାଉଛନ୍ତି |ଡାକ୍ତର ଙ୍କ ଏଭଳି ପ୍ରୟାସ ଦ୍ୱାରା ସ୍ଥାନୀୟ ଲୋକ ଉପକୃତ ହେବା ସହିତ ସେମାନଙ୍କର ଶରୀର ରେ ଉର୍ନ୍ନତି ଘଟିଛି |ଡାକ୍ତର ରଘୁନାଥ ବଳିୟାର ସିଂ, ଡାକ୍ତର ରୁନୀଲ ସ୍ମିତା ବଳିୟାର ସିଂ ଙ୍କ ଏଭଳି ପ୍ରୟାସ କୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି |
Related Stories
November 22, 2024