ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନାବେଡା ପଂଚାୟତର ରୋହେନପଦର ଗ୍ରାମର ଜମି ଜାଳିଆତି ଘଟଣାରେ ଖଡିଆଳ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖଡିଆଳ ସହରର ଶ୍ୟାମ ଅଗ୍ରୱାଲ ନାମକ ବ୍ୟକ୍ତି ଜମି ଜମି ଜାଳିଆତି ଘଟଣାରେ ସଂପୃକ୍ତ ଥିବାର ପୁଲିସ ପ୍ରମାଣ ପାଇ ଗତକାଳି ତାଙ୍କୁ ଅଟକ ରଖି ପଚରା ଉଚୁରା ପରେ ମଙ୍ଗଲବାର କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଏହି ଘଟଣାରେ ତଦନ୍ତ ଚାଳୁ ରହିଥିବା ବେଳେ ଅନ୍ୟାନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରୋହେନପଦର ଗ୍ରାମର ସ୍ୱର୍ଗତ ଦୈତାରୀ ମାଝୀଙ୍କ ୨ ଏକର ୧୬ ଡିସମିଲ ଜମିକୁ ଗତ ୨୦୧୭ ମସିହାରେ କୋମନା ଥାନା ସୁନାବେଡା ଗ୍ରାମର ଝାରବନ୍ଧ ମାଝୀଙ୍କ ନାମରେ ମିଥ୍ୟା ବିକ୍ରୟ ହୋଇଥିଲା । ଚଳିତ ବର୍ଷ ମଇ ମାସରେ ପରିବାରଙ୍କୁ ମୁ୍ୟଟେସନ ପାଇଁ ନୋଟିସ ଆସିବାରୁ ପରିବାର ଲୋକେ ମିଥ୍ୟା ଭାବରେ ଜମି ବିକ୍ରୟ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଏନେଇ ସେମାନେ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ, ଖଡିଆଳ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ମିଥ୍ୟା ଜମି ବିକ୍ରୟକୁ ବିରୋଧ କରି ଗ୍ରାମବାସୀ ଏବଂ ଆମ ଆଦମୀ ପାର୍ଟି ତରଫରୁ ଗତ ୧୪ ତାରିଖରୁ ଧାରଣା ଦେଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଗତ ୧୯ ତାରିଖରୁ ଆଜି ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି । ସେମାନେ ଏହି ଜମି ଜାଳିଆତି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ କରିବାକୁ ଦାବୀ କରିବା ସହ ପରିବାରଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।
Related Stories
November 25, 2024