
ମାଲକାନଗିରି, ଭରା ନଇକୁ ଭଙ୍ଗା ଡଙ୍ଗା, ଜୀବନକୁ ବାଜି ଲଗାଇ ନଉକା ଯାତ୍ରା ମାଲକାନଗିରି ଜିଲ୍ଲା ର ପଡିଆ ଓ କାଲିମେଳା ବ୍ଳକ ର ସୀମା କୁ ଭାଗ କରୁଥିବା ପୋଟେରୁ ନଦୀର ଏକାଧିକ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ମାନେ ନାନା ସମସ୍ୟା ଭୋଗୁଛନ୍ତି । ମୁଖତଃ ପଡିଆ ବ୍ଳକର ଶିମିଳିବାଞ୍ଛା, ଗିରିକାନପଲ୍ଲୀ ଓ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ର ବିଭିନ୍ନ ଗ୍ରାମବାସୀ ନଦୀ ଆରପଟେ ଥିବା କାଲିମେଳା ବ୍ଳକର ତାଣ୍ଡବାଈ,ଭୁବନପଲ୍ଲୀ, ଟିଗଲ, ନାଲାଗୁଣ୍ଠି ଆଦି ଗ୍ରାମ ପଞ୍ଚାୟତ ସହ ସ୍ୱାସ୍ଥ୍ୟଗତ, ବ୍ୟବସାୟିକ ତଥା ସାମାଜିକ ସମ୍ପର୍କ କରିଛନ୍ତି। ଏଥିପାଇଁ ଦୈନଦିନ ଯାତାୟତ ଆବଶ୍ୟକ ପଡୁଥିବା ବେଳେ କନ୍ୟାଶ୍ରମ ପୋଲ ବ୍ୟତୀତ ଏହି ସୀମାରେ କୌଣସି  ପୋଲ ନଥିବାରୁ ସ୍ଥାନୀୟ ଲୋକକାଠ ଡଙ୍ଗା ସାହାଯ୍ୟରେ ବିପଦ ସଙ୍କୁଳିତ ଅବସ୍ଥାରେ ନଦୀ  ପାର ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ନଦୀ ଘାଟ ଗୁଡିକୁ ମୋଟର ଚାଳିତ ବୋଟ ଯୋଗାଇଦିଆଯାଇଛି!ହେଲେ ଅଧିକାଂଶ ଘାଟ ରେ ବୋଟ ରକ୍ଷଣା ବେକ୍ଷଣ ଅଭାବରୁ ଖରାପ ହୋଇପଡିଛି!ସାବେରୀ   ନଦୀ କୂଳରେ ଥିବା ଗିରିକାନପଲ୍ଲୀ, ବାଲମପଲ୍ଲୀ ଓ ପୁଟୁମପଲ୍ଲୀଘାଟରେ ଥିବା       ଡଙ୍ଗାରେ  ବିପଦ ପୂର୍ଣ୍ଣ ଭାବେଅଞ୍ଚଳ ବାସୀ  ନଦୀ ପାର ହେଉଥିବା ବେଳେ ଏମପିଭି ୬୯ ନିକଟ ନଦୀରେ  ଡଙ୍ଗା ଭାଙ୍ଗି ଯାଇଥିବା ସତ୍ତ୍ୱେ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ! ଏମପିଭି ୬୯ ( ସୋନାଲି ଗାଁ)  ନିକଟସ୍ଥ ଡଙ୍ଗା ଘାଟ ରେ ଥିବା ଡଙ୍ଗା ଭାଙ୍ଗିଯାଇଥିବା ବେଳେ ଡଙ୍ଗା ଚାଳକ ଜଣକ ଡଙ୍ଗା ର ଗୋଟିଏ ପାର୍ଶ୍ଵରେ ପଥର ଓ ଅନ୍ୟପଟେ ପଟ୍ଟା ବାନ୍ଧି ଡଙ୍ଗା କୁ ସମତୁଲ କରି ଚଳାଉଥିବା ଦେଖିବାକୁ ମିଳିଛି । ଏଭଳି ଭଙ୍ଗା ଦଦରା ଡଙ୍ଗା ରେ ଦୈନିକ ଶହ ଶହ ଲୋକ ଓ ମୋଟର ସାଇକଲ ପାର କରାଯାଉଥିବା ବେଳେ ପ୍ରଶାସନ କୁ ଏ ନେଇ ବାରମ୍ଵାର ଅବଗତ କରାଯାଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଡଙ୍ଗା ଚାଳକ କହିଛନ୍ତି। ଏଭଳି ବିପଦପୂର୍ଣ୍ଣ ଭାବେ ଡଙ୍ଗା ରେ ସ୍ୱଇଚ୍ଛାରେ କେହି ଯାତାୟତ କରୁ ନଥିବା ବେଳେ ଉପାୟ ଶୂନ୍ୟ ହୋଇ ଲୋକେ ଏଭଳି ପାର ହେବାକୁ ବାଧ୍ୟ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି । ଅନ୍ୟପଟେ ଏ ବାବଦରେ ଶିମିଳିବାଞ୍ଛା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୁର୍ଯ୍ୟଧନ ନାୟକ ଙ୍କୁ ପଚାରିବାରୁ ସେ ଏ ବାବଦରେ ଖବର ପାଇବା ପରେ ଡଙ୍ଗା ମରାମତି ସହ କୁର୍ତ୍ତୀ ଘାଟରେ ଥିବା ଅଚଳ ଡଙ୍ଗା କୁ ଏହି ଘାଟ ରେ ବ୍ୟବହାର ପାଇଁ ଚିଠି କରିଥିବା କହିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଏହି ନଦୀରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଦାବୀ କରିବା ପରେ ଗତବର୍ଷ ଠାରୁ ପୁଟୁମପଲ୍ଲୀ ଠାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି ପୋଲ କାମ ମନ୍ଥର ଗତି ରେ ଚାଲୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।