
ଆଜି ଦିନ ୧ଟା.୩୦ ମିନିଟ୍ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ବ୍ରହ୍ମଗିରି ବ୍ଲକ୍ କାଣ୍ଡଗୋଦା ଗ୍ରାମପଞ୍ଚାୟତର ଲୁଣା ନଦୀ ଉପରେ ମାଝୀପଡ଼ା ସେତୁ ଏବଂ ପୁରୀ ସଦର ବ୍ଲକ୍ ର ପ୍ରତାପ ରାମଚନ୍ଦ୍ରପୁର ପଞ୍ଚାୟତର ରତ୍ନଚିରା ନଦୀ ଉପରେ ମାଳସାହି ସେତୁର ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଶ୍ରୀ ଦାସ ବର୍ମା ସେତୁର କାର୍ଯ୍ୟକୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ,କୋଠା ବାଡ଼ି ଓ ସେତୁର ମୁଖ୍ୟ ଯନ୍ତ୍ରୀ, ଶ୍ରୀଯୁକ୍ତ ପଞ୍ଚାନନ ମାହାନ୍ତି,ଅଧିକ୍ଷଣ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ,ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ ଦାସ ଓ ରମାକାନ୍ତ ମିଶ୍ର ଉପସ୍ଥିତ ଥିଲେ।