
ଆଜି ଦିନ ୧୧ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଚାପମାଣିକ ଗ୍ରାମ ପଞ୍ଚାୟତ କାଶିଝରିଆ (ମୋଟୋ) ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣଧୀନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଶ୍ରୀ ଦାସବର୍ମା ବିଦ୍ୟାଳୟ କାର୍ଯ୍ୟକୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଗସ୍ତ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ,କୋଠା ବାଡ଼ି ଓ ସେତୁର ମୁଖ୍ୟ ଯନ୍ତ୍ରୀ, ଶ୍ରୀଯୁକ୍ତ ପଞ୍ଚାନନ ମାହାନ୍ତି,ଅଧିକ୍ଷଣ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା,ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ ଦାସ,ସହକାରି ଯନ୍ତ୍ରୀ ସୁରେନ୍ଦ୍ର ଗୁମାନ ସିଂ,ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରା, ସହକାରୀ ନିର୍ବାହି ଯନ୍ତ୍ରୀ ସୃତୀ ସ୍ନିତା ମିଶ୍ର,ଜଳ ଓ ପରିମଳ ବିଭାଗର ନିର୍ବାହୀ ଅରବିନ୍ଦ ଜେନା, ବ୍ରହ୍ମଗିରି ବ୍ଲକ୍ ତହସିଲଦାର କାହ୍ନୁଚରଣ ଘଡେ଼ଇ ପ୍ରମୁଖ ଉପସ୍ଥିତ ଥିଲେ।