-
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ଯେଉଁଠି ସମସ୍ୟା
-
ସେଇଠି ଚିକିତ୍ସା” ଉପଲବ୍ଧ କରାଯାଉଛି – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍-୧୯ର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ଭିତିଭୂମି ସମେତ ଟିକାକରଣକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । କୋଭିଡ୍-୧୯ ସଂକଟ ସମୟରେ ସ୍ୟାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ଯାଇ ମଧ୍ୟପ୍ରଦେଶ ସରକାର କ୍ରାଇସିସ୍ ମ୍ୟାନେଜମେଂଟ୍ ଗଠନ କରି ଦେଶ ପାଇଁ ଏକ ମଡ଼େଲ ତିଆରି କରିଛନ୍ତିି । ଏହି ମ୍ୟାନେଜମେଂଟ୍ ଗଠନ କରାଯାଇ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରାଥମିକତା ଦିଆଯାଇଛି । କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଆଗାମୀ ଦିନରେ ସମ୍ଭାବ୍ୟ ଲହରକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଅସ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ୨୧ ଜୁନରୁ ସମସ୍ତଙ୍କୁ ମାଗଣା ଟିକାର ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ନିମନ୍ତେ ସହଯୋଗ କରୁଥିବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।