ତିନିରଥର ତୃତୀୟ ଭୁଇଁ ଉପରେ ବଡଧରା ପୋଟଳ ଉଠିଥିଲା।ଆଜି ତିନିରଥର ଦ୍ୱିତୀୟ, ତୃତୀୟ ପରସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି ।ଏଥି ସହ ତିନିରଥର ଭୁଇଁ ଗୁଡିକର ପାଖୁଡ଼ାରେ ନାହାକା ସେଟିଙ୍ଗ ହୋଇଅଛି ।ଆଜି ତିନିରଥର ଚାରିନାହାକା ଏବଂ ପ୍ରଥମ ଭୁଇଁରେ କଇଁଚି ଫିଟିଙ୍ଗ ହୋଇଅଛି ।ଏହି କଇଁଚି ଚାରିନାହାକା ଭିତର ଦୁଇ ପାର୍ଶ୍ଵର ଚାରିନାହାକା ମୂଳ ରୁ ଗରଗରା ସହିତ କ୍ରସ ପରି ଫିଟିଙ୍ଗ କରାଯାଇଛି ।ସେହିପରି ତିନିରଥର ପ୍ରଥମ ଭୁଇଁ ଚାରିକାଠର ଉଭୟ ପାର୍ଶ୍ୱରେ କଇଁଚି ଫିଟିଙ୍ଗ ହୋଇଅଛି । (ରଥର ଉପର ଅଂଶ ନ ଦୋହଲି ବା ପାଇଁ କଇଁଚି ବା କ୍ରସ ଫିଟିଙ୍ଗ କରାଯାଇଥାଏ)ତିନିରଥ ବେଦି ର ତିନି ପାର୍ଶ୍ୱରେ ତାଗ ବା ବଟନ ଵାଡ଼ିଆ ଶେଷ ହୋଇଥିଲା |ଆଜି ତିନି ପାର୍ଶ୍ୱ ତାଗ ରେ ପାରୁସ ପଟା ଵାଡ଼ିଆ କାର୍ଯ୍ୟ ହେଉଅଛି ।ଏଥିସହ ଆଜି ତିନି ରଥର ଯଏଣ୍ଟ ସ୍ଥାନ ଗୁଡିକରେ ଯଥା ଦଣ୍ଡା ସହ କୋଣ ଗୁଜ ରେ ଲୁହା ଏଲ ପ୍ଲେଟ ଫିଟିଙ୍ଗ ହେବାସହ ଆବଶ୍ୟକ ଅର ଗୁଡିକରେ ଲୁହା କ୍ଲାମ୍ପ ଫିଟିଙ୍ଗ ହୋଇ ଦଣ୍ଡା,ଜଳଯନ୍ତ୍ର,ନିରାଡ଼ି ଗୁଡିକରେ ଦଣ୍ଡା ମୁହାଁଟ ସହ ଲୁହା ଏଲ ପ୍ଲେଟ ଏବଂ ନାଟ ବୋଲଟ ଫିଟିଙ୍ଗ ହୋଇଅଛି ।
ଏଥିସହ ତିନି ରଥର ୪ ଗୋଟି ଲେଖାଁଏ ଧ୍ୱଜ ବତା ନିର୍ମାଣ ଶେଷ ହୋଇଛି ଏହା ଦୁଆର ବେଢା ସେଟିଙ୍ଗ ପାଇଁ ଦ୍ଵିତୀୟ ଭୁଇଁ ଶେଣୀରେ ଫିଟିଙ୍ଗ କରାଯିବ ।ତିନିରଥର ‘କଳସ ପେଣ୍ଡି’ ନିର୍ମାଣ ଶେଷ ହୋଇଅଛି |ଉକ୍ତ କଳସ ପେଣ୍ଡି ଉପର ଭାଗ ଏବଂ ତଳ ଭାଗରେ ପାଖୁଡା ଲାଗିବା ପାଇଁ ସେଥିରେ ୧୬ଟି ଲେଖାଁଏ ୩୨ ଗୋଟି ବିନ୍ଧ ଖୋଦେଇ ହେବ ।
ତିନି ରଥର ରୂପକାର ସେବକ ଦୁଇଗୋଟି ସିଂହାସନରେ କୁମ୍ଭ ଡାଳିଲତା ଖୋଦେଇ ଶେଷ କରି ନନ୍ଦିଘୋଷ ରଥର ସିଂହାସନ ରେ କୁମ୍ଭ ଡାଳି ଲତା ଖୋଦେଇ କାମ ଚାଲୁ ରହିଛି । ଏଥି ସହ ଶେଷ ଦୁଇଟି ଲେଖାଁଏ ନାଟଗୋଡ ରେ ରୂପ ଖୋଦେଇ କାମ ଜାରୀରଖିଛନ୍ତି ।ତିନି ରଥର ଦୁଆର ବେଢା ରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଅଛି ।ଏଥି ସହ ୧୬ ଟି ଲେଖାଁଏ ପାରାଭାଡ଼ି କବାଟି ନିର୍ମାଣ ଶେଷ ହୋଇଅଛି ।ଆଜି ଚିତ୍ରକର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବ ଦେବୀ ମୂର୍ତ୍ତି ଗୁଡିକୁ ଧୋଇ ସଫା ସଫି କାର୍ଯ୍ୟ ଆରମ୍ଭ କରିଛନ୍ତି | ସଫାସୁତୁରା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହେବ ।ଦୋଳବେଦୀ ସ୍ଥ କମାର ଶାଳରେ ଓଝା ସେବକ ମାନେ ସ୍ପୋକ କ୍ଳାମ୍ପ,ଏକ୍ସିଲ କ୍ଲାମ୍ପ,ଚାନ୍ଦି,ଏବଂ ପୋଟଳ କଣ୍ଟା ନିର୍ମାଣ କରୁଛନ୍ତି।