
ଜାତୀୟ ସ୍ତରୀୟ ୱେବିନାର” ମୋ ଅନୁଭୂତି ରେ ଶ୍ରୀ ଜଗନ୍ନାଥ “ତା୨୫.୦୬.୨୦୨୧ ଆସନ୍ତା ତା୨୭.୦୬.୨୦୨୧ ରିଖ ରବିବାର ସନ୍ଧ୍ୟା ୬.୩୦ମିନିଟ ସମୟ ରେ ପୁରୀ ର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୂଲ୍ୟରେ ଏକ ଜାତୀୟ ସ୍ତରୀୟ ୱେବିନାର “ମୋ ଅନୁଭୂତି ରେ ଶ୍ରୀ ଜଗନ୍ନାଥ ” ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅତିଥି ଭାବରେ ଓଡିଶା ସରକାର ଙ୍କ ମାନ୍ଯବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା,ପୁରୀ ର ମାନ୍ଯବର ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ: କ୍ରିଷନ୍ କୁମାର, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ,ସି.ଏମ୍.ଡି;ନାଲକୋ ଶ୍ରୀଧର ପାତ୍ର, କୁଳପତି, ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଗୁଜରାଟ ଶ୍ରୀ ଗୋପବନ୍ଧୁ ମିଶ୍ର, ଅନୁଷ୍ଠାନର ଅଧ୍ୟକ୍ଷ କ୍ଯାପଟେନ ପ୍ରଭାକର ଶତପଥୀ, ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ହରେକୃଷ୍ନ ଶତପଥୀ, ଓଡିଶା ଭାଷା ପ୍ରତିଷ୍ଠାନ ର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ଟିକାୟତରାୟ,ଅନୁଷ୍ଠାନର ଉପଦେଷ୍ଟା ଡ: ଭଗବାନ ଜୟସିଂହ, ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ପ୍ରଫେସର ସୌମେନ୍ଦ୍ର ମୁଦାଲି,ଦଇତା ନିଯୋଗ ସଭାପତି ଶ୍ରୀ ରବିନାରାୟଣ ଦାସ ମହାପାତ୍ର, ଶ୍ରୀଦେବ ନନ୍ଦ,ନିୟନ୍ତ୍ରକ, ସି.ଏସ୍.ଆଇ.ଆର୍,ଭାରତ ସରକାର, ଶ୍ରୀ ରକ୍ଷକ ନାୟକ,ଲୋକ ସମ୍ପର୍କ ଅଧିକାରୀ, ରାଜଭବନ,ଓଡିଶା, ଶ୍ରୀ ଅରବିନ୍ଦ ସ୍ବାଇଁ, ଯୁକ୍ତରାଷ୍ଟ୍ର ଆମେରିକା,ତନୟା ପଟ୍ଟନାୟକ, କାର୍ଯ୍ୟକାରୀ ନିର୍ଦ୍ଦେଶିକା,ସମ୍ବାଦ ଗୃପ୍, ବରିଷ୍ଠ ଆଇନଜୀବୀ ଶ୍ରୀ ବିଭୁପ୍ରସାଦ ତ୍ରିପାଠୀ, ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ, ଶ୍ରୀ ଶ୍ଯାମାପ୍ରସାଦ ମିଶ୍ର, ଡି.ଜି.ଏମ୍, ଓଡିଶା ଟେଲିଭିଜନ୍ ନେଟୱର୍କ, ଶ୍ରୀ ଶୁଭେନ୍ଦୁ ପଟ୍ଟନାୟକ, ଅଧିକାରୀ,ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର, ପ୍ରସିଦ୍ଧ ଗାୟିକା ଇରା ମହାନ୍ତି, ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଶ୍ରୀ ଚକ୍ରଧର ମହାପାତ୍ର, ରାଜ୍ୟ ସଭାପତି, ଏସ୍.ବି.ଆଇ ଷ୍ଟାଫ୍ ଆସୋସିଏସନ୍, ଓଡିଶା, କେଦାର ମିଶ୍ର, ଓଡିଆ ସିନେମା କଳାକାର, ପ୍ରସିଦ୍ଧ ଗୀତିକାର ଶ୍ରୀ ଶରଣାରବିନ୍ଦ ଓଝା,କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର, ପ୍ରସିଦ୍ଧ ଗାୟକ କେଶବ ସାହୁ,ଶ୍ରୀ ଶଂଖମିତ୍ର ସିଂହାରୀ,ସଂପାଦକ, ଓଡିଶା ମ୍ଯୁଜିକ ଏକାଡେମୀ, ପୁରୀ, ଶ୍ରୀ ଶ୍ଯାମପ୍ରକାଶ ସେନାପତି, ସଂପାଦକ, ଅଭିନନ୍ଦନିକା,ପୁରୀ, ଶ୍ରୀ ବିଶ୍ବନାଥ ମିଶ୍ର, ସଂପାଦକ, ନିର୍ମାଲ୍ଯ,ଡ: ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଗାୟକ ପତିତ ପାବନ ଦାସ, ଅଫତାବ୍ ହୋସେନ, ଇଟାମାଟି,ନୟାଗଡ, ଯୋଗ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଅଛନ୍ତି। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ବଦ୍ରିମିଶ୍ର,ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଭରତ ନାୟକ ଏବଂ ଅନୁଷ୍ଠାନର ସାଧାରଣ ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ।
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀ ମାନଙ୍କୁ ଅନୁରୋଧ ସେମାନେ ନିମ୍ନରେ ଦିଆଯାଇଥିବା ଫେସବୁକ୍ ଲିଙ୍କ୍ https://www.facebook.com/events/295048702308208/?sfnsn=wiwspwa କୁ ଯାଇ କ୍ଲିକ୍ କଲେ “ମୋ ଅନୁଭୂତି ରେ ଶ୍ରୀ ଜଗନ୍ନାଥ ” ଭର୍ଚୁଆଲ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖିପାରିବେ ବୋଲି ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ସାଧାରଣ ସଂପାଦକ ଶ୍ରୀ ରାଜେଶ କୁମାର ମହାନ୍ତି କହିଛନ୍ତି |