ଜଗନ୍ନାଥପ୍ରସାଦ (ଚିତ୍ତରଞ୍ଜନ ଗନ୍ତାୟତ ) : ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ଚାଲିଛି ବେ ଧଡକ ବାଲି ବେପାର, ରାତାରାତି ନଦୀରୁ ବାଲି ଉଠେଇ ବାଲି ମାଫିଆ ମାଲାମାଲ ହେଉଥିବା ବେଳେ ତହସିଲଦାର ଙ୍କ ପାଖରେ ଖବର ନାହିଁ ।
ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଭୁକ୍ତ ,ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର 3 ରୁ 4 ସହ ମିଟର ଦୂରରେ ଥିବା ଜଗନ୍ନାଥପ୍ରସାଦ କଇଥ ପଲ୍ଲୀ ସାହି ପଛ ପାର୍ଶ୍ଵ ରେ ଥିବା ବୋଡ଼ା ନଦୀରେ ,ରାତି ଅଧରେ ବାଲି ମାଫିଆ ମାନେ ବାଲି ଉଠାଇ ହୁଡ଼ାରେ ରଖି ଦିନ ଦିପହରେ ବିକ୍ରି କରୁଥିବା ବେଳେ ଏନେଇ ସ୍ଥାନୀୟ ଆର ଆଇ କିମ୍ବା ତହସିଲଦାର ଙ୍କ ପାଖରେ ଖବର ନାହିଁ । ତେବେ ଦୀପ ତଳ ଅନ୍ଧାର ଭଳି ସବୁ ଜାଣିଶୁଣି ଚୁପ ରହୁଛି କି ସ୍ଥାନୀୟ ପ୍ରଶାସନ? ନା ହାତ ଗୁଂଜା ପାଇ ଭୁଲି ଯାଉଛନ୍ତି ବିଭାଗୀୟ ଅଧିକାରୀ ?
ଘଟଣାଅନୁଷାରେ ଜଗନ୍ନାଥପ୍ରସାଦ କଇଥପଲ୍ଲୀ ଦେଇ ଯାଇଥିବା ବୋଡ଼ାନଦୀ ଏବେ ଦିଗ ହରେଇ ସାରିଲାଣି । ସ୍ଥାନୀୟ ବାଲି ମାଫିଆ ମାନେ ନଦୀ ରୁ ବାଲି କାଢି,ଆଡ଼ିବନ୍ଧ ଭାଙ୍ଗି ପଦା କରିଦେଇଛନ୍ତି । ଯାହା ଫଳରେ ନଦୀ ମଧ୍ୟରେ ଛୋଟ ଛୋଟ ଗାଡ଼ିଆ ଆଦି ଦେଖିବାକୁ ମିଳୁଛି ଏବଂ ନଦୀ ଅବବହିକା ରେ ଥିବା ଖଜୁରୀ ,ତାଳ ଆଦି ଗଛ ଶୂନ୍ୟ ହେବାକୁ ବସିଲାଣି । ବାଲି ମାଫିଆ ମାନେ ବାଲି ଉଠାଇ ନେବା ପରେ ଖଜୁରୀ, ତାଳ ଆଦି ଗଛ ଗୁଡ଼ିକ ଇଟା ମାଫିଆ ଙ୍କ କାର୍ଯ୍ୟରେ ଲାଗୁଛି। ତେବେ ନଦୀ ହୁଡ଼ାରେ ତଥା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପଛ ପାର୍ଶ୍ୱ ରେ ବାଲି ମାଫିଆ ମାନେ ରାତ୍ର ସମୟ ରେ ନଦୀରୁ ବାଲି ଉଠାଇ ଗୋଟିଏ ସ୍ଥାନରେ ରେ ଏକତ୍ରିତ କରି ସମୟ ସୁବିଧା ଦେଖି ଦିନ ଦୀ ପହରେ ବ୍ୟବସାୟ କରୁଥିବାର ଦେଖିବାକୁ ମିଳୁଛି । ନଦୀ ହୁଡ଼ାରେ ପଡି ରହିଛି ସହ ସହ ବାଲି ଟ୍ରିପ । ତେବେ ଏନେଇ ସ୍ଥାନୀୟ ତହସିଲଦାର ମନୋଜ ତ୍ରିପାଠୀ ଓ ଆର ଆଇ ପ୍ରମୋଦ ବେହେରା ଙ୍କୁ ପଚାରିବାରୁ ଏହି ସଂକ୍ରାନ୍ତ ରେ କୌଣସି ଖବର ନାହିଁ ଓ ଏହି ବିଷୟ ରେ ସେ ଜାଣିନାହାଁନ୍ତି ବୋଲି କହିବା ସହ ଏହି ଅଞ୍ଚଳ କାହାକୁ ବାଲି ଲିଜ ଦିଆଯାଇ ନାହିଁ ଏବଂପର୍ଯ୍ୟବେକ୍ଷଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏଭଳି ଘଟଣା ବର୍ଷ ବର୍ଷ ଧରି ଚାଲିଥିବା ବେଳେ କିଭଳି ପ୍ରଶାସନ ପାଖରେ ଖବର ନାହିଁ ତାହା ଏବେ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ଆର ଆଇ ଘଟଣା ସ୍ଥଳପରିଦର୍ଶନ ରେ ଯାଇଥିବା ସୂଚନା ମିଳିଛି ।
ତେବେ ଦେଖିବାକୁ ବାକି ରହିଲା କେବେ ତହସିଲଦାର ଙ୍କ ନିଦ ଭାଙ୍ଗୁଛି ଏବଂ ବାଲିମାଫିଆଙ୍କ ଉପରେ କେବେ ରୋକ ଲାଗୁଛି ।