

Related Stories
July 1, 2025
ମାଲକାନଗିରି,ମାଲକାନ ଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବନଗୁଡା ଠାରୁ ପଲକାଗୁଡା କୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ଏକ ପୋଲ ସଂପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅନେକ ଥର ଗ୍ରାମ ବାସି ପ୍ରଶାସନ ଙ୍କ ଅବଗତ କରାଇ ଥିଲେ ମଧ୍ଯ କୌଣସିପ୍ରକାର ସୁଫଳ ପାଇପାରି ନାହାନ୍ତି ।ସୂଚନା ଯୋଗ୍ଯ ଯେ ଗତ ଦୁଇବର୍ଷ ତଳେ ପୋଲ ଟି ଭାଙ୍ଗି ଯିବାରୁ ଆଜି ପର୍ଯ୍ୟନ୍ତ ବନଗୁଡା ଓ ପଲକା ଗୁଡା ବାସି ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ର ସୂଚନା ଦେଇଛନ୍ତି। ଅନେକ ବାର ପ୍ରଶାସନର ଦୃଷ୍ଟିଆର୍କଷଣ କରିଥିଲେ ମଧ୍ଯ ପ୍ରଶାସନ ଆମର ଦୁଃଖ ବୁଝୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।ଏବଂ ତୁରନ୍ତ ଏହି ଦିଗରେ ଦୃଷ୍ଟି ଦେଇ ଭାଙ୍ଗି ଯାଇଥିବା ପୋଲ ନିର୍ମାଣ ନ କଲେ ଆଗାମି ଦିନ ରେ ଆମେ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ଯ ହେବୁ ବୋଲି ଗ୍ରାମ ବାସୀ ସୁଚାଇ ଦେଇଛନ୍ତି।