ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ଗତକାଲି ରାତିରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି । ସନ୍ତୋଷ କୁମାର ସେଠୀ (୪୦)ଙ୍କୁ ରାମ ନାୟକ ନାମକ ଜଣେ ଯୁବକ ଗାଁ ଦାଣ୍ଡରେ କଟୁରୀରେ ହାଣି ହତ୍ୟା କରିଛି । ଖବର ପାଇ ଦିଗପହଣ୍ଡି ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ରାମକୁ ଗିରଫ କରିବା ସହ ମୃତ ସନ୍ତୋଷର ଶବକୁ ଜବତ କରିଛି । ଏ ସଂକ୍ରାନ୍ତରେ ଥାନାରେ କେସ୍ ନଂ ୧୫୯/୨୧ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଗିରଫ ଅଭିଯୁକ୍ତ ରାମକୁ ଆଜି କୋର୍ଟଚାଲାଣ କରାଯାଇଛି ।