କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ ,୨୪/୦୬/୨୦୨୧,
ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରମ୍ପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ସେଥିପାଇଁ ଏହି ଦିନକୁ ଦେବସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଇଥାଏ । ଏହି ସ୍ନାନ ପରେ ତିନିଠାକୁର ଜ୍ଵରରେ ପଡନ୍ତି | ତାଙ୍କର ଉପଚାର ମଧ୍ୟ କରାଯାଇଥାଏ।
ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।
ଆଜି ମଧ୍ୟ ରାତ୍ରି ୧. ୫୫ ମିନିଟ ସମୟରେ ଶ୍ରୀଜିଉ ମାନଙ୍କ ପହଣ୍ଡି କରାଯାଇଥିଲା |ଏହି ପ୍ରକରଣ ରେ ଶ୍ରୀଜିଉ ମାନଙ୍କୁ ସେବାୟତ ମାନେ ଧାଡି ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ |ଭୋର ୪.୫୦ ମିନିଟ ସମୟରେ ଶ୍ରୀଜିଉ ମାନଙ୍କ ମଙ୍ଗଳ ଆଳତି ସହିତ ଅନ୍ୟ ନୀତି ଅନୁଷ୍ଠିତ ହୋଇଥିଲା |ସକାଳ ୮.୩୫ ମିନିଟ ଠାରୁ ସ୍ନାନ ମଣ୍ଡପକୁ କଳସୀ ମାଧ୍ୟ୍ୟମରେ ସେବାୟତ ମାନେ ଜଳ ବିଜେ ନୀତି ଆରମ୍ଭ କରିଥିଲେ |୯.୪୫ ମିନିଟରେ ପ୍ରତ୍ୟେକ୍ଷ ଦିବ୍ୟ ଜଳରେ ଶ୍ରୀଜିଉ ଙ୍କ ସ୍ନାନ ଅନୁଷ୍ଠିତ ହୋଇଥିଲା |୧୧ ଟା ସମୟରେ ଗଜପତି ମହାରାଜ ଙ୍କ ଅନୁପସ୍ଥିତିରେ ପ୍ରତିନିଧି ମୁଣ୍ଡିରସ୍ତ ସେବକ ଛେରା ପହଁରା ନୀତି ସ୍ନାନ ମଣ୍ଡପରେ କରିଥିଲେ | ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ ଦ୍ୱାରା ପ୍ରସ୍ତୁତ ହାତୀବେଶ ଶ୍ରୀଜିଉ ଙ୍କୁ କରାଯାଇଥିଲା |ଏହାପରେ ୧୨.୦୫ ସମୟରେ ହାତୀ ବେଶରେ ଦର୍ଶନ ଦେଇଥିଲେ ଶ୍ରୀଜିଉ | ଶ୍ରୀଜିଉ ଙ୍କୁ ମହାପ୍ରସାଦ ଭୋଗ କରାଯାଇଥିଲା |ସନ୍ଧ୍ୟା ୫ ଟା ସମୟରେ ଶ୍ରୀଜିଉ ଙ୍କ ଅଣଶର ଘର ପିଣ୍ଡି ବିଜେ ନୀତି ଗୋଟି ପହଣ୍ଡିରେ ଅନୁଷ୍ଠିତ ହୋଇଥିଲା | ଶୁକ୍ରବାର ଠାରୁ ପଟ୍ଟଚିତ୍ର ଦେବତାଙ୍କୁ ମନ୍ଦିରରେ ପୂଜା କରାଯିବ |
ତିନିଠାକୁର ଏହି ଦିନ ସ୍ନାନ କରିଥାନ୍ତି ଏହାର ଉଦେଶ୍ୟ ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆବିର୍ଭାବ ହୋଇଥିଲେ । ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। କରୋନା କଟକଣା ପାଇଁ ପୂର୍ବବର୍ଷ ପରି ଚଳିତ ଦେବସ୍ନାନ ପୂର୍ଣ୍ଣିମା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା | ନିୟମ କଡାକଡି ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଥିଲା |ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପ୍ରଶାସନ ତରଫରୁ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା |