

ହରିଆଣାରେ ଗତ ୨୪ ଘଂଟାରେ କରୋନାର ୧୭୪ ନୂଆ ମାମଲା
ଚଣ୍ଡିଗଡ , ହରିଆଣାରେ ଗତ ୨୪ ଘଂଟାରେ ୧୭୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬୦ ହୋଇଛି ।
ହିମାଚଳରେ ୨୫୮ କରୋନାର ନୂଆ ମାମଲା
ସିମଲା, ହିମାଚଳ ପ୍ରଦେଶରେ ଗତ ୨୪ ଘଂଟା ମଧ୍ୟରେ ୨୫୮ ଟି କରୋନାର ନୂଆ ମାମଲା ସାମନାକୁ ଆସିଛି । । ଏହା ସହ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୨୮୭ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମଣିପୁରରେ ୬୨୯ କରୋନାର ନୂଆ ମାମଲା
ଇମ୍ଫାଲ , ମଣିପୁରରେ ଗତ ୨୪ ଘଂଟାରେ ୬୨୯ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ୯,୨୯୧ ସକ୍ରିୟ ମାମଲା ରହିଛି ।