କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କରୋନା ମହାମାରୀ ସମୟରେ ରାଜ୍ୟ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ଅନ୍ୟପକ୍ଷରେ କରୋନା ସହ ଅନ୍ୟ ରୋଗରେ ରାଜ୍ୟ ବାସୀ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବର୍ତମାନ ରକ୍ତ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋରନା ମହାମାରୀ ସମୟରେ ରକ୍ତଜନିତ ଅଭାବ ଦୂର କରିବା ପାଇଁ ଓଡ଼ିଶା “ମୋ ପରିବାର” ଆନୁକୂଲ୍ୟରେ ଜିବନ ବିନ୍ଦୁ ମାଧ୍ୟମରେ ଆଜି ୧୧.୩୦ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ୭ଗୋଟି ଗ୍ରାମପଞ୍ଚାୟତର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଉପସ୍ଥିତ ରହି ସମସ୍ତ ରକ୍ତଦାନ କରିଥିବା ଯୁବ ଓ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲା ପରିଷଦ ସଦସ୍ୟା ବନ୍ଦନା ପ୍ରଧାନ, ବ୍ରହ୍ମଗିରି ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ସାତପଡ଼ା ସରପଞ୍ଚ ତ୍ରିନାଥ ସାମନ୍ତରାୟ, ପୁରୀ ଜିଲ୍ଲା ଓଡ଼ିଶା ମୋ ପରିବାର ତଥା ଜିବନ ବିନ୍ଦୁ ସଂଯୋଜକ ସୁଭାସିସ ଖୁଣ୍ଟିଆ, ଯୁବ ନେତା ଶୁସିଲ କୁମାର ସାହୁ, ଜ୍ଞାନଚାନ୍ଧ ପ୍ରଧାନ ଓ ପ୍ରକାଶ କୁମାର ବେହେରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।