ଭୁବନେଶ୍ୱର, କରୋନା କାରଣରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ ୩୦ ପ୍ରତିଶତ କମିବ । ଅର୍ଥାତ ୭୦ ପ୍ରତିଶତ ସିଲାବସରୁ ହିଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ନେଇଛି । ଉଲ୍ଲେଖନୀୟ ଯେ କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଶ୍ରେଣୀଗୃହ ଶିକ୍ଷା ବାଧାପ୍ରାପ୍ତ ହୋଇଛି । ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି । ସେହିପରି ଅନଲାଇନ ପଠାପଢାରୁ ବଂଚିତ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ପକ୍ଷରେ ସ୍କୁଲ ଖୋଲିବା ନେଇ ବର୍ତମାନ କୌଣସି ନିଷ୍ପତି ହୋଇନଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ ।