-
ଭାରତରୁ ସୃଷ୍ଟି ହୋଇଥିବା ଯୋଗ ବିଶ୍ଵବାସୀ ଦ୍ଵାରା ଆଦୃତ- ଡ଼ଃ ଉମାକାନ୍ତ ପୃଷ୍ଟି,
-
ନିୟମିତ ଯୋଗାଭ୍ୟାସ ପାଇଁ ଯୁବ ବର୍ଗଙ୍କୁ ସନ୍ଦେଶ-ଡ଼ଃ ସୁଜାତା,
ଚଳିତ ମାସ ୨୧ ତାରିଖ ସକାଳ ୮ ରେ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆଞ୍ଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନ, ପୁରୀ ଏବଂ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) , ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି।
ଆଭାସି (ୱେବିନାର) ମାଧ୍ୟମରେ ଏକ ଦିବସୀୟ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଜାତା ମିଶ୍ର ଅଧ୍ୟକ୍ଷତା କରି ଯୋଗକୁ ଆଜିର ଛାତ୍ର ସମାଜ ଆଦରି ନେବାକୁ ପରାମର୍ଶ ଦେଇଥିଲେ l ଅଖିଳ ଭାରତୀୟ ଆୟୁଷ ବିଜ୍ଞାନ ପ୍ରତିଷ୍ଠାନ, ନୂଆଦିଲ୍ଲୀର ଯୋଗ ପ୍ରଶିକ୍ଷକ ଡାଃ ଶ୍ରୀଲୟ ମହାନ୍ତି ଓ ବାଙ୍ଗାଲୋରର ଯୋଗ ପ୍ରଶିକ୍ଷୀକା ଡାଃ ମୋଲିକା ଗାଙ୍ଗୁଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୋଗର ବିଭିନ୍ନ ଆସନ ବିଷୟରେ ଆଲୋକପାତ କରିବା ସହ ଯୋଗ କରିବା ଦ୍ୱାରା ଶରୀରରେ କିପରି ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ ତାହା ଉପରେ ଆଲୋଚନା କରିଥିଲେ l
ଡାଃ ଗାଙ୍ଗୁଲି ଅନେକ ଯୋଗାସନ ସିଧାସଳଖ ଛାତ୍ରଛାତ୍ରୀମାନଙ୍କୁ ଶିଖାଇ ଥିଲେ ଏବଂ ଛାତ୍ରଛାତ୍ରୀମାନେ ଘରେ ରହି ଏହାକୁ ଅଭ୍ୟାସ କରିଥିଲେ l ଏବେ କରୋନା ସମୟରେ ଯୋଗ କରିବା ଦ୍ୱାରା ଆମେ ନିଜେ ନିଜକୁ ସୁସ୍ଥ ରଖିବା ସହ କରୋନା ବିରୋଧରେ ଲଢ଼େଇ କରିପାରିବା I ସେଥିପାଇଁ ଆମେ ପ୍ରତ୍ୟକ ଦିନ ଯୋଗ କରି ନିଜକୁ ସୁସ୍ଥ,ସବଳ ଓ ନିରୋଗ ରହିବାକୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ତଥା ଯୁବବର୍ଗଙ୍କୁ ଆହ୍ଵାନ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରାଜସ୍ଥାନର ଡାଃ ସଞ୍ଜୀବ କୁମାର ପାତ୍ର ଓ ଭାରତ ସରକାରଙ୍କ ଜାତୀୟ ହୋମିଓପାଥି ପ୍ରତିଷ୍ଠାନ, କୋଲକାତାର ଡ଼ଃ ଚିନ୍ତାମଣୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ନିଜର ଦୈନିକ ଜୀବନରେ ପ୍ରତିଦିନ ଅତି କମରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ନିୟମିତ ଯୋଗାଭ୍ୟାସ ପାଇଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ଏନ୍ ସି ସି କ୍ୟାଡେଟ ଓ ଏନ୍ ଏସ୍ ଏସ୍ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ତଥା ଶିକ୍ଷକ ବହୁସଂଖ୍ୟାରେ ଯୋଗଦେଇଥିଲେ।
ଏଥିରେ ଆଂଚଳିକ ହୋମିଓପାଥି ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ଗବେଷଣା ଅଧିକାରୀ ଡ଼ଃ ଉମାକାନ୍ତ ପୃଷ୍ଟି ଏବଂ ଏସ୍ ସି ଏସ୍ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଏହି କାର୍ଯ୍ୟକ୍ରମଟିକୁ ଦକ୍ଷତାପୂର୍ଣ୍ଣ ସୁପରିଚାଳନା କରି ଭାରତରୁ ସୃଷ୍ଟି ହୋଇଥିବା ଯୋଗ କିପର ବିଶ୍ଵବାସୀ ଦ୍ଵାରା ଆଦୃତ ହେଉଅଛି ଏବଂ ଏହାର ଉପଯୋଗୀ ସମ୍ପର୍କରେ ଏବେଠାରୁ ଚିନ୍ତା କରିବା ସହିତ ଏହାର ପ୍ରସାର ଓ ଜନ ସଚେତନତା ପାଇଁ ଆଗେଇ ଆସିବାକୁ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ ।
ଏହି ଏକ ଦିବସିୟ ଯୋଗ କାର୍ଯ୍ୟକ୍ରମକୁ ଉକ୍ତ ପ୍ରତିଷ୍ଠାନର ଡ଼ଃ ସୁଜାତା କୁମାରୀ ଚୌଧୁରୀ ସଞ୍ଚାଳନା କରିଥିଲେ ଓ ନିୟମିତ ଯୋଗାଭ୍ୟାସ ପାଇଁ ଯୁବ ବର୍ଗଙ୍କୁ ସନ୍ଦେଶ ଦେଇଥିଲେ।