ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬,୨୭୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯୪ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୩୯୮ ହୋଇଛି ।
ଆସାମରେ କରୋନାର ୨,୮୦୫ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୨,୮୦୫ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୩୧,୨୭୮ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।